ସ୍ତ୍ରୀକୁ ପିଟି ପିଟି ମାରିଦେଲା ମଦ୍ୟପ ସ୍ୱାମୀ, ରାତିସାରା ମୃତଦେହ ନିକଟରେ ଶୋଇଲା ରହିଲା

Published By : Prameya-News7 Bureau | August 12, 2025 IST

କରଞ୍ଜିଆ ୧୨।୮: ମଦ୍ୟପ ସ୍ୱାମୀର ଉନ୍ମତ କାଣ୍ଡ । ନିଜ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ପରେ ରାତିସାରା ସ୍ତ୍ରୀର ମୃତଦେହ ସହ ଶୋଇ ରହିଲା ମଦ୍ୟପ ସ୍ୱାମୀ । ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଚମ୍ପାଝର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଚମ୍ପାଝର ଗାଁରେ ପରକୀୟା ପ୍ରୀତି ସନ୍ଦେହରେ ହତ୍ୟାକାଣ୍ଡ । ସ୍ତ୍ରୀକୁ ପାଇପ୍ ଓ ଲୁହା ରଡ଼ ସାହାଯ୍ୟରେ ପିଟି ପିଟି ହତ୍ୟା କଲା ମଦ୍ୟପ ସ୍ବାମୀ । ପରେ ରାତିସାରା ସ୍ତ୍ରୀର ମୃତଦେହ ସହ ଶୋଇ ରହିଲା ସ୍ୱାମୀ । ସୋମବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ସ୍ତ୍ରୀ ହେଉଛନ୍ତି ସଳିତା ହୋ ।

ସେପଟେ ସ୍ୱାମୀ ଉଦୟ ହୋକୁ ଅଟକ ରଖି ଅଧିକ ପଚରାଉଚରା କରିଛି ପୋଲିସ । ଏହାସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

You Can Read:

ମଝି ରାସ୍ତାରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

  • odisha
  • OdishaNews
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.