ପୃଥିବୀ ବାହାରେ ପୃଥିବୀ ପରି ଗ୍ରହ ଅଛି କି? ଏମିତି ଗ୍ରହ ଯେଉଁଠି ତିଷ୍ଠିବେ ଜୀବସତ୍ତା? ଏଭଳି ପ୍ରଶ୍ନ ଆମକୁ ଆନ୍ଦୋଳିତ କରୁଥିବା ବେଳେ ସାମନାକୁ ଆସିଛି ମହାକାଶ ବିଜ୍ଞାନୀଙ୍କ ଚାଞ୍ଚଲ୍ୟକର ତଥ୍ୟ। ସୌରଜଗତରେ ଥିବା କୁଇପର ବେଲ୍ଟରେ ପୃଥିବୀ ପରି ଗ୍ରହ ଥିବାର ପ୍ରମାଣ ପାଇଥିବା ଦାବିକରିଛନ୍ତି ବୈଜ୍ଞାନିକ। ଯେଉଁଠି ଜୀବଜଗତ ତିଷ୍ଠିବା ନେଇ ପ୍ରମାଣ ଥିବା ସେମାନେ କହିଛନ୍ତି।
କାହିଁ କେଉଁ କାଳରୁ ପୃଥିବୀ ପରି ଗ୍ରହର ସନ୍ଧାନ ଖୋଜୁଛନ୍ତି ପ୍ରମୁଖ ଦେଶର ମହାକାଶ ବିଜ୍ଞାନୀ। ଏସିଆନନେଟ୍ ନ୍ୟୁଜ ଅନୁସାରେ ସୋଲାର ସିଷ୍ଟମରେ ପୃଥିବୀ ପରି ଗ୍ରହର ସଙ୍କେତ ପାଇଥିବା ବିଜ୍ଞାନୀମାନେ କହିଛନ୍ତି। ତେବେ ସୂର୍ଯ୍ୟଙ୍କ କକ୍ଷରେ ଘୁରୁଥିବା ନେଇ ସଙ୍କେତ ପାଇଛନ୍ତି।
{"align":"center","id":840839,"sizeSlug":"full","linkDestination":"none"}ଏଭଳି ସନ୍ଧାନ ପାଟ୍ର୍ୟକ ସୋଫିଆ ଲାଇକାଓ୍ୱାକା ଦ୍ୱାରା କରାଯାଇଥିବା ଷ୍ଟଡିରେ ଉଲ୍ଲେଖ କରାଯାଇଛି। ଜାପାନର ଟୋକିଓରେ ଥିବା National Astronomical Observatory ସହଭାଗିତାରେ ଜାପାନ କିନଡାଇ ୟୁନଭର୍ସିଟିର ଅଧିନରେ ଏହି ଷ୍ଟଡି କରାଯାଇଛି। ଯାହା ଆଷ୍ଟ୍ରୋନୋମିକାଲ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି। ଯେଉଁଥିରେ ପୃଥିବୀ ପରି ଗ୍ରହ ସୌର ଜଗତରେ ଲୁଚିକି ରହିଥିବା ସଙ୍କେତ ଦେଉଛି।
wp:html/wp:htmlJapanese astronomers have announced the possible existence of an Earth-like planet.
— Tansu YEĞEN (@TansuYegen) September 5, 2023
Scientists have observed asteroids and found out that a large number of small objects behave as if there is a small planet among them — this is signaled by an orbit with a certain inclination. pic.twitter.com/NffpUk1j4W
କୁଇପର ବେଲ୍ଟ ହେଉଛି ଗୋଲ ଆକୃତିର, ଯାହା ବରଫ ଓ ଧୂଳିକଣା ପରି ଦେଖିବାକୁ ସୂର୍ଯ୍ୟଙ୍କ ଚାରିପଟେ ଥାଏ। ଏଥିରେ ଗ୍ରହାଣୁ ପୁଞ୍ଜ ଯେଉଁଥିରେ ମିଥେନ ଓ ଆମୋନିଆ ମଧ୍ୟ ରହିଥାଏ। ଏହା ନେପଚୁନ୍ ଗ୍ରହର ପାଖାପାଖି ରହିଥାଏ।
ସେଠାରେ ଏପରି ଅବଜେକ୍ଟ ରହିଛି ଯାହା ପୃଥିବୀ ପରି ଗ୍ରହ ଥିବା ସୂଚାଉଥିବା ଲାଇକାଓ୍ୱାକା ଷ୍ଟଡିରେ ପ୍ରକାଶ କରିଛନ୍ତି। l ତେବେ ପୃଥିବୀ ପରି ସେଠାରେ ଜୀବଜଗତ ତିଷ୍ଠିପାରିବା ସମ୍ଭବ ହୋଇପାରେ ସେ ଉଲ୍ଲେଖ କରିଛନ୍ତି।