କେନ୍ଦୁଝର ୬।୪: କେନ୍ଦୁଝର ସଦର ବନାଞ୍ଚଳରେ ଆଜି ଦିନ ସାରା ୧୮ ଟିକିଆ ବଣୁଆ ହାତୀ ପଲଙ୍କ ଆତଙ୍କରାଜ । ଏକର ଏକର ଫସଲ ଖାଇଯିବା ସହ ପାଦରେ ଦଳି ଚକଟି କରୁଛନ୍ତି ନଷ୍ଟ ।
ଗତ କିଛଦିନ ଧରି ଏହି ୧୮ ଟିକିଆ ବଣୁଆ ହାତୀ ପଲ କେନ୍ଦୁଝର ବନଖଣ୍ଡର ବିଜେପି ଓ ସଦର ରେଞ୍ଜର ଆମ୍ବଡହରା, ଟିକରପଡା ଆଦି ଅଞ୍ଚକରେ ଡେରା ପକାଇ ଥିଲେ । ଶନିବାର ରାତିରେ ଏହି ହାତୀ ପଲ ଆମ୍ବଡହରାରୁ ବାହାରି କୁଡିଆଘରା, ଟିକରପଡା ଗାଁ ହୋଇ ରବିବାର ସକାଳୁ ସକାଳୁ କାଦଗଡ ଅଞ୍ଚଳରେ ପହଞ୍ଚିଥିଲେ । ଦିନ ସାରା ସେଠାରେ ଏକର ଏକର ଜମିରେ ହୋଇଥିବା ପନିପରିବା ଖାଇବା ସହ ପାଦରେ ଦଳି ଚକଟି ନଷ୍ଟ କରିପକାଇଛନ୍ତି । ପୁଣି ଦିନ ୨ଟା ସମୟରେ ଏହି ହାତୀ ପଲ କାଦଗଡ ଠାରେ ଥିବା ଏକ ନାଳରେ ଘଷି ମାଜି ହୋଇ ଗାଧୁଆ ପାଧୁଆ କରି ସାରିବା ପରେ ବିଲରେ ପଶି ଫସଲ ଖାଇ ସାରିବା ପରେ ଏବେ ପଳାଶପଙ୍ଗା ସ୍ଥିତ ରାଇସ ମିଲ ନିକଟରେ ଡେରା ପକାଇଛନ୍ତି I ହାତୀ ପଲଙ୍କୁ ହଜାର ହଜାର ସଂଖ୍ୟାରେ ଲୋକ ଚାରି ପଟୁ ଘେରି ରହିଥିବାରୁ ହାତୀ ପଲ ଜଙ୍ଗଲକୁ ଯାଇପାରୁ ନାହାନ୍ତି । ବନ ବିଭାଗ ପକ୍ଷରୁ ହତୀଙ୍କ ଉପରେ ନଜର ରଖାଯାଇଛି ।
ସେପଟେ ସଦର ରେଞ୍ଜ ଅଫିସରଙ୍କର କହିବା କଥା ହାତୀ ପଲ କରିଥିବା କ୍ଷୟକ୍ଷତିର ଆକଳନ କରାଯାଇ ତୁରନ୍ତ କ୍ଷତିପୂରଣ ଦିଆଯିବ । ତେଣୁ ଜନସାଧାରଣ ହାତୀଙ୍କ ପାଖକୁ ଯାଇ ତାଙ୍କୁ ବିରକ୍ତ ନ କରିବାକୁ ଅନୁରୋଧ କରିଛନ୍ତି ।
You Can Read:
କୋଇଲା ବଗିରେ ଲାଗିଲା ନିଆଁ, ୪ ଘଣ୍ଟା ପରେ ଆୟତ୍ତ କଲା ଅଗ୍ନିଶମ ବାହିନୀ