ନୂଆଦିଲ୍ଲୀ: ତେନ୍ଦୁଲକର-ଆଣ୍ଡରସନ ସିରିଜ ୨୦୨୫ର ଦ୍ୱିତୀୟ ଟେଷ୍ଟ ବୁଧବାରରୁ ବର୍ମିଂଘମର ଏଜବାଷ୍ଟନରେ ଖେଳାଯିବ । ଟସ୍ ଜିତି ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଭ୍ରମଣକାରୀ ଟିମ୍ ଭାରତ ପ୍ରଥମେ ବ୍ୟାଟିଂ କରିବ । ବର୍ମିଂହାମରେ ନୂଆ ରଣନୀତି ସହିତ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଶୁଭମନ ସେନା ଲିଡ୍ସ ଟେଷ୍ଟର ଭୁଲକୁ ସୁଧାରିବାକୁ ଚେଷ୍ଟା କରିବ । ଏହାସହିତ ଦ୍ୱିତୀୟ ମ୍ୟାଚକୁ ଜିତି ସିରିଜକୁ ଫେରିବା ଲକ୍ଷ୍ୟରେ ରହିଛି ଭାରତୀୟ ଦଳ ।
ଦ୍ବିତୀୟ ଟେଷ୍ଟରେ ଭାରତ ପକ୍ଷରୁ ତିନୋଟି ପରିବର୍ତ୍ତନ କରାଯାଇଛି । ଫାଷ୍ଟ୍ ବୋଲର ଯଶପ୍ରୀତ୍ ବୁମରାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ସାର୍ଦୁଲ ଠାକୁର ଓ ସାଇ ସୁଦର୍ଶନ ଦଳରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଦୁଇ ଜଣ ଅଲରାଉଣ୍ଡର ଏବଂ ଜଣେ ବୋଲରଙ୍କୁ ସାମିଲ୍ କରାଯାଇଛି । ସାଇ ସୁଦର୍ଶନ ଓ ସାର୍ଦୁଲ ଠାକୁରଙ୍କ ସ୍ଥାନରେ ନିତିଶ ରେଡ୍ଡୀ ଏବଂ ଓ୍ବାଶିଂଟନ ସୁନ୍ଦର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି । ସେହିପରି ବୁମରାଙ୍କ ସ୍ଥାନରେ ଆକାଶ ଦୀପ ସୁଯୋଗ ପାଇଛନ୍ତି ।
ଭାରତର ଚୂଡ଼ାନ୍ତ ଏକାଦଶ: ଶୁଭମନ ଗିଲ୍ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, କେଏଲ ରାହୁଲ, କରୁନ ନାୟର, ରିଷଭ ପନ୍ତ (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, ନିତିଶ ରେଡ୍ଡୀ, ଓ୍ବାଶିଂଟନ ସୁନ୍ଦର, ମହମ୍ମଦ ସିରାଜ, ପ୍ରସିଦ କ୍ରୀଷ୍ଣା, ଆକାଶ ଦୀପ
ଇଂଲଣ୍ଡର ଚୂଡ଼ାନ୍ତ ଏକାଦଶ: ଜ୍ୟାକ୍ କ୍ରାଉଲି, ବେନ୍ ଡକେଟ୍, ଓଲି ପୋପ, ଜୋ ରୁଟ୍, ହ୍ୟାରୀ ବ୍ରୁକ୍, ବେନ ଷ୍ଟୋକ୍ସ (ଅଧିନାୟକ), ଜାମି ସ୍ମିଥ, କ୍ରିସ ୱକ୍ସ, ବ୍ରାଇଡନ କାର୍ସ, ଜୋସ ଟଙ୍ଗ, ସୋହେବ ବସିର ।