ଭୁବନେଶ୍ବର ୬।୬: ମଣ୍ଡିରୁ ଧାନ ନଉଠିବା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନିକଟରେ ଫେରାଦ ହେଲେ ବ୍ରହ୍ମଗିରି ଚାଷୀ ଓ ସୋସାଇଟି ସମ୍ପାଦକ । ବ୍ରହ୍ମଗିରିରେ ମଣ୍ଡି ଖୋଲିଥିବା ବେଳେ ସେଠାରୁ ଧାନ ଉଠୁନାହିଁ । ଟୋକନ୍ ଲାପ୍ସ ହେବାକୁ ବସିଥିବା ବେଳେ ଯେତିକି କୋଟା ଦିଆଯାଇଛି ସେତିକି ଧାନ ମିଲର ମାନେ ଉଠାଉନାହାନ୍ତି । ଯାହାକୁ ନେଇ ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ରଙ୍କ ଅଧ୍ୟକ୍ଷତରେ ଚାଷୀ ମାନେ ଯୋଗାଣ ମନ୍ତ୍ରୀଙ୍କୁ ଫେରାଦ ହୋଇଥିଲେ ।
ଯୋଗାଣ ମନ୍ତ୍ରୀ କହିଛନ୍ତି, ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଧାନ କିଣିବେ ସରକାର । ବିଭଗୀୟ ଅଧିକାରୀଙ୍କୁ ତୁରନ୍ତ ଧାନ ଉଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଯେଉଁ ମିଲର ମାନେ କୋଟା ଅନୁଯାୟୀ ଧାନ ଉଠାଉନାହାନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଏପଟେ ନବରଙ୍ଗପୁର ଚାଷୀ ଧାରଣାରେ ବସିବାକୁ ନେଇ ଯୋଗାଣ ମନ୍ତ୍ରୀ କହିଛନ୍ତି, ନବରଙ୍ଗପୁର ଚାଷୀଙ୍କୁ ଭୁବନେଶ୍ୱରକୁ ଆଣି ନନ୍ ଇସ୍ୟୁକୁ ଇସ୍ୟୁ କରିଛନ୍ତି । ତାଙ୍କର ଧାନ ଦେବା ପରେ ଠିକ୍ ସେ ରେଜିଷ୍ଟର ହୋଇନଥିଲା ସେଥିପାଇଁ ସେମାନେ ଅର୍ଥ ପାଇପାରି ନାହାନ୍ତି । ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ତୁରନ୍ତ ତାଙ୍କ ବକେୟା ଅର୍ଥ ପ୍ରଦାନ କରିବାକୁ । ଯେଉଁ ଅଫିସର ମାନେ କାର୍ଯ୍ୟରେ ଅବହେଳା କରିଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
You Can Read:
ସୁନ୍ଦରଗଡ଼ରୁ ବିସ୍ଫୋରକ ଲୁଟ୍ ଘଟଣା : ପଥର ଖଣି ମାଲିକଙ୍କୁ ନୋଟିସ୍ ଜାରି କଲା ଖଣି ବିଭାଗ