କ୍ୟାଟ୍ରିନାଙ୍କଠାରୁ ଦୀପିକା: କିଙ୍ଗ୍‌ଫିସର୍ କ୍ୟାଲେଣ୍ଡର ଗଲ୍‌ଙ୍କ ବଲିଉଡ୍ ଷ୍ଟାର୍ ହେବା ଉପରେ କହିଲେ ବିଜୟ ମାଲ୍ୟା

Published By : Prameya-News7 Bureau | June 07, 2025 IST

ନୂଆଦିଲ୍ଲୀ: ‘କିଙ୍ଗ୍ସ ଅଫ୍ ଡୁଗ୍ ଟାଇମ୍ସ’ ନାଁରେ ଦିନେ ପରିଚିତ ଥିବା ବିଜୟ ମାଲ୍ୟା ଏବେ ପୁଣି ଥରେ ଚର୍ଚ୍ଚାରେ । ଏଥର କିନ୍ତୁ କୌଣସି ବିଜନେସ୍ ଡିଲ୍ କିମ୍ୱା କୋର୍ଟରୁମ୍ ଡ୍ରାମା ପାଇଁ ନୁହେଁ, ତାଙ୍କର ଭାଇରାଲ୍ ପଡକାଷ୍ଟ ପାଇଁ । କଣ୍ଟେଣ୍ଟ କ୍ରିଏଟର ରାଜ ଶାମଣିଙ୍କ ସହ ଚାରି ଘଣ୍ଟାର ପଡକାଷ୍ଟରେ ବିଜୟ ମାଲ୍ୟା ତାଙ୍କ ଜୀବନର ଅନେକ ବିନ୍ଦୁ ଉପରେ ମତ ରଖିଛନ୍ତି । ବିଜୟ ମାଲ୍ୟା ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ଅତୀତ, ଭାରତରୁ ବିବାଦୀୟ ବିଦାୟ ଓ କିଙ୍ଗଫିସର ସ୍ୱିମସୁଟ୍ କ୍ୟାଲେଣ୍ଡର ଉପରେ ମୁହଁ ଖୋଲିଛନ୍ତି ।

ମାଲ୍ୟାଙ୍କ ବ୍ୟବସାୟ ସାମ୍ରାଜ୍ୟର ସବୁଠାରୁ ଚର୍ଚ୍ଚିତ ଦିଗ ଥିଲା କିଙ୍ଗଫିସର୍ ସ୍ୱିମ୍‌ସୁଟ୍ କ୍ୟାଲେଣ୍ଡର । ୟୁନାଇଟେଡ୍ ବ୍ରିୱେରିସ୍ ଗ୍ରୁପ୍ ଦ୍ୱାରା ୨୦୦୩ ମସିହାରେ ଲଞ୍ଚ ହୋଇଥିବା ଏହି କ୍ୟାଲେଣ୍ଡର ସବୁଠି ଚର୍ଚ୍ଚାରେ ରହିଥିଲା । ଏହି କ୍ୟାଲେଣ୍ଡରରେ ବିଶ୍ୱର ଚର୍ଚ୍ଚିତ ସ୍ଥାନଗୁଡ଼ିକରେ ଫଟୋ ଉଠାଇଥିବା ଗ୍ଲାମରସ୍ ଭାରତୀୟ ମଡେଲଙ୍କୁ ସ୍ଥାନିତ କରାଯାଉଥିଲା ।

ଆଜିର ସମୟରେ ବଲିଉଡ୍‌ରେ ଆଗ ଧାଡ଼ିର ଅନେକ ହିରୋଇନଙ୍କ ଲଞ୍ଚିଂର ଶ୍ରେୟ ଏହି କ୍ୟାଲେଣ୍ଡରକୁ ଦିଆଯାଏ । ୨୦୦୩ରେ ପ୍ରଥମ ସଂସ୍କରଣରେ ଏହି କ୍ୟାଲେଣ୍ଡରରେ କ୍ୟାଟ୍ରିନା କୈଫ ସ୍ଥାନ ପାଇଥିଲେ । ସେହିପରି ୨୦୦୬ରେ ଦୀପିକା ପାଦୁକୋନ୍ ଏହାର ପୋଷ୍ଟର ଗଲ୍ ହୋଇଥିଲେ । ଦୀପିକା କ୍ୟାଲେଣ୍ଡରରେ ସ୍ଥାନ ପାଇବା ପରେ ଓମ୍ ଶାନ୍ତି ଓମ୍ ଫିଲ୍ମ ପାଇଥିଲେ । ଅନେକ ମଡେଲ୍ ଆଜି ଷ୍ଟାର୍ ହୋଇଥିବା ପ୍ରଶ୍ନର ଜବାବରେ ମାଲ୍ୟା କହିଥିଲେ, 'ସେ ଦୀପିକା ହୁଅନ୍ତୁ କି କ୍ୟାଟ୍ରିନା କୈଫ ଆମେ ସବୁ ଯୋଗ୍ୟ ଝିଅଙ୍କୁ ଚୟନ କରିଥିଲୁ । ସବୁ ହିରୋଇନ୍ ଓ ଷ୍ଟାର ସେମାନଙ୍କ ଯୁବାବସ୍ତାରେ ଆମ କ୍ୟାଲେଣ୍ଡରରେ ସ୍ଥାନ ପାଇଥିଲେ । ଆମେ ପ୍ରତିଭାବାନଙ୍କୁ ଚୟନ କରିଥିଲୁ ।' କ୍ୟାଲେଣ୍ଡରରେ ସ୍ଥାନ ପାଇଥିବା ଅନ୍ୟ ହିରୋଇନଙ୍କ ମଧ୍ୟରେ ନର୍ଗିସ୍ ଫାଖ୍ରୀ (୨୦୦୯), ଇଶା ଗୁପ୍ତା (୨୦୧୦),  ଲିସା ହେଡନ୍ (୨୦୧୧), ସୈୟାମି ଖେର (୨୦୧୨), ଏବଂ ଐଶ୍ୱର୍ଯ୍ୟା ସୁସ୍ମିତା (୨୦୧୬) ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.