ଫସଲ ନଷ୍ଟର କ୍ଷତିପୂରଣ ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ହଜାର ହଜାର ଚାଷୀ

Published By : Prameya-News7 Bureau | April 24, 2025 IST

ବିନିକା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ହଜାର ହଜାର ଚାଷୀ । ଫସଲ ନଷ୍ଟର କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରିଲା କୃଷକ ସଂଗଠନ । ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଅଞ୍ଚଳରେ ବର୍ତ୍ତମାନ ରବି ଧାନ ବାହାରିବା ସମୟରେ ଅଜଣା ରୋଗ ଯୋଗୁଁ ପୋଲ ବାହାରୁ ଥିବାବେଳେ ଔଷଧ ବି କାମ କରୁନି । ଫଳରେ ହଜାର ହଜାର ଚାଷୀ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ତେବେ ଏହାର ସମାଧାନ ସହ କ୍ଷତିପୂରଣ ଦାବିରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଚାଷୀମାନେ । ସ୍ଥାନୀୟ ପଟାଭାଡି ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ସାଙ୍ଗକୁ ଫସଲ ବୀମା ପ୍ରଦାନ କରିବାକୁ ସରକାରଙ୍କୁ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

You Can Read:

କିସ୍ତି ଟଙ୍କା ପାଇଁ ଫାଇନାନ୍ସ କମ୍ପାନୀର ତାଗିଦ, ଟଙ୍କା ଶୁଝିବାକୁ ଅସମର୍ଥ ମହିଳାଙ୍କ ମୃତଦେହ ଉଦ୍ଧାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.