କିସ୍ତି ଟଙ୍କା ପାଇଁ ଫାଇନାନ୍ସ କମ୍ପାନୀର ତାଗିଦ, ଟଙ୍କା ଶୁଝିବାକୁ ଅସମର୍ଥ ମହିଳାଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | April 24, 2025 IST

ଉଦଳା ୨୪।୪ଫାଇନାନ୍ସ କମ୍ପାନୀରୁ ଆଣିଥିଲେ ଟଙ୍କା । ଟଙ୍କା ଆଣିବା ପରେ ଗ୍ରାମର ଆଉ ଜଣେ ମହିଳା ଉକ୍ତ ଟଙ୍କା ନେଇ ଫେରାର ହୋଇଯାଇଥିବା ବେଳେ ଟଙ୍କା ସୁଝି ନପାରିବାରୁ କମ୍ପାନୀ କରିଲା ତାଗିଦ । ଯାହାକୁ ନେଇ ଶେଷରେ ଚାପ ସହି ନପାରି ଝୁଲି ପଡିଲେ ମହିଳା । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପିଙ୍ଗୁ ଗ୍ରାମରେ । 

ସୂଚନାଯୋଗ୍ୟ ଯେ, ଗ୍ରାମର ଗୀତାଞ୍ଜଳି ସୁରୁଳିଆ ଖୁଣ୍ଟା ଅଞ୍ଚଳର ୨ ଗୋଟି ଫାଇନାନ୍ସ କମ୍ପାନୀରୁ ୩ ଗୋଟି କିସ୍ତିରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୋନ୍ ଆଣିଥିଲେ । ଲୋନ୍ ଆଣିବା ପରେ ସେହି ଟଙ୍କାକୁ ଗ୍ରାମର ଅନ୍ୟ ଜଣେ ମହିଳା ନେଇ ଯାଇଥିଲେ । ନେଇଥିବା ଟଙ୍କା ଫେରାଇବାର ପ୍ରତିଶ୍ରୁତି ଦେଇ ଟଙ୍କା ନେବା ପରେ ସଂପୃକ୍ତ ମହିଳା ଫେରାର ହୋଇଯାଇଛନ୍ତି । ଯାହାକୁ ନେଇ ଫାଇନାନ୍ସ କମ୍ପାନୀ ଆଣିଥିବା ଲୋନ୍ ଟଙ୍କାର କିସ୍ତି ପାଇଁ ବାରମ୍ବାର ତାଗିଦ କରିଥିଲେ । ହେଲେ ଟଙ୍କା ଶୁଝିବା ପାଇଁ ଅସମର୍ଥ ଥିଲେ ଗୀତାଞ୍ଜଳି । ଯାହାକୁ ନେଇ ମାନସିକ ଚାପରେ ଥିବା ଗୀତାଞ୍ଜଳି ଗୁରୁବାର ସକାଳୁ ଘର ନିକଟରେ ଥିବା ଏକ ଗଛରେ ବେକରେ ରଶି ଲଗାଇ ଝୁଲି ପଡ଼ିଥିଲେ । ଏହାର ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

You Can Read:

ପିଛା କରି ମୁଣ୍ଡରେ ବନ୍ଧୁକ ଲଗାଇଲେ, ଲୁଟିନେଲେ ୩୦ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.