ମୁମ୍ଵାଇ ୦୨।୦୮; 'ସୈୟାରା' ରିଲିଜର ୧୫ ଦିନ ପୂରଣ କରିଛି । ଫିଲ୍ମଟି ବକ୍ସ ଅଫିସରେ ୪୦୦ କୋଟି ଟଙ୍କା ଆୟ କରିଛି । ଆହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ଏହି ପ୍ରେମ କାହାଣୀ ଯୁବପିଢ଼ିଙ୍କ ଉପରେ ଏକ ଭିନ୍ନ ଯାଦୁ କରିଛି । 'ସୈୟାରା' ବିଷୟରେ ସବୁଠି ଆଲୋଚନା ଜୋର ଧରିଛି । ସୋସିଆଲ ମିଡିଆରେ ଏନେଇ ଟ୍ରେଣ୍ଡିଂ ମଧ୍ୟ ଚାଲିଛି । ଯାହା ଫଳରେ ଫିଲ୍ମର ପ୍ରମୋସନ ବୃଦ୍ଧି ପାଇବା ସହ ଏହାର ରୋଜଗାର ମଧ୍ୟ ବୃଦ୍ଧି ପାଉଛି । ୟଶ ରାଜ ବ୍ୟାନରରେ ନିର୍ମିତ ଏହି ଫିଲ୍ମଟି ଏବେ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଛି । ମୋହିତ ସୁରୀଙ୍କ ନିର୍ଦ୍ଦେଶିତ "ସୈୟାରା" ହିନ୍ଦୀ ସିନେମାର ପ୍ରଥମ ପ୍ରେମ କାହାଣୀ ଫିଲ୍ମ ହୋଇଛି। ଯାହା ଏପର୍ଯ୍ୟନ୍ତ ସର୍ବାଧିକ କଲେକ୍ସନ କରିଛି । କେବଳ ଏତିକି ନୁହେଁ 'ସୈୟାରା' ସର୍ବାଧିକ ଆୟକାରୀ ଲଭଷ୍ଟୋରୀ ଫିଲ୍ମ ହେବା ସହ ଶାହାରୁଖ-ଶାହିଦଙ୍କ ସମସ୍ତ ଫିଲ୍ମକୁ ପଛରେ ପକାଇଛି ।
ସୈୟାରା' କଲେକ୍ସନ
ଫିଲ୍ମ ନିର୍ମାତା "ସୈୟାରା" ର ଆୟର ସରକାରୀ ସଂଖ୍ୟା ପ୍ରକାଶ କରିଛନ୍ତି । ଫିଲ୍ମର ଆୟ ବିଷୟରେ କହିବାକୁ ଗଲେ, ଏହା ବିଶ୍ୱବ୍ୟାପୀ ୫୦୦ କୋଟି ଟଙ୍କା ମୋଟ କଲେକ୍ସନ କରିଛି । ଫିଲ୍ମଟି ଭାରତରେ ୪୦୦ କୋଟି ଟଙ୍କା ଟପିଛି କରିଛି । ନିର୍ମାତାମାନେ କହିଛନ୍ତି ଯେ ସୈୟାରା ଭାରତୀୟ ସିନେମା ଇତିହାସରେ ସର୍ବାଧିକ ଆୟକାରୀ ଲଭଷ୍ଟୋରୀ ଫିଲ୍ମ ପାଲଟିଛି । ଏହା ସହିତ, ନିର୍ମାତାମାନେ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, 'ସୈୟାରା ସମସ୍ତଙ୍କ ହୃଦୟକୁ ଛୁଇଁଛି, ସୈୟାରା'।
'ସୈୟାରା' ଏହି ଫିଲ୍ମକୁ ପକାଇଲା ପଛରେ
• କବୀର ସିଂ: ୨୧ ଜୁନ୍ ୨୦୧୯ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ସାହିଦ କପୁର ଓ କିଆରା ଆଡଭାନୀ ନଜର ଆସିଥିଲେ । ୫୫ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ବିଶ୍ୱରେ ୩୭୭ କୋଟି ଟଙ୍କା ଆୟ କରିଥିଲା ଏବଂ ଭାରତରେ ୩୩୦ କୋଟି ଆୟ କରିଥିଲା
•ୟେ ଜୱାନୀ ହେ ଦିୱାନୀ: ୩୧ ମେ ୨୦୧୩ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ରଣବୀର କପୁର ଏବଂ ଦୀପିକା ପାଦୁକୋନ ନଜର ଆସିଥିଲେ । ୭୫ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ବିଶ୍ୱରେ ୩୧୮ କୋଟି ଟଙ୍କା ଆୟ କରିଥିଲା ଏବଂ ଭାରତରେ ୨୪୨ କୋଟି ଆୟ କରିଥିଲା
•ରକି ଅର ରାନୀ କି ପ୍ରେମ କାହାନି: ୨୮ ଜୁଲାଇ ୨୦୨୩ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ରଣବୀର ସିଂ ଏବଂ ଆଲିଆ ଭଟ୍ଟ ନଜର ଆସିଥିଲେ । ୧୫୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ବିଶ୍ୱରେ ୩୫୭.୫୫ କୋଟି ଟଙ୍କା ଆୟ କରିଥିଲା ଏବଂ ଭାରତରେ ୧୮୨.୫ କୋଟି ଆୟ କରିଥିଲା ।
•ବଦ୍ରିନାଥ କି ଦୁଲହାନିଆ: ୧୦ ମାର୍ଚ୍ଚ ୨୦୧୭ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ବରୁଣ ଧୱନ ଏବଂ ଆଲିଆ ଭଟ୍ଟ ନଜର ଆସିଥିଲେ । ୪୪ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ବିଶ୍ୱରେ ୨୦୧.୦୭ କୋଟି ଟଙ୍କା ଆୟ କରିଥିଲା ଏବଂ ଭାରତରେ ୧୬୨.୧୭ କୋଟି ଆୟ କରିଥିଲା ।
•ଗୋଲିୟଁ କି ରାସଲୀଲା ରାମ ଲୀଲା: ୫ ନଭେମ୍ବର ୨୦୧୩ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ନଜର ଆସିଥିଲେ । ୮୮ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ବିଶ୍ୱରେ ୨୧୮.୦୭ କୋଟି ଟଙ୍କା ଆୟ କରିଥିଲା ଏବଂ ଭାରତରେ ୧୫୮.୫୭ କୋଟି ଆୟ କରିଥିଲା