ଭୁବନେଶ୍ୱର ୨୭।୦୪ : ଭୁବନେଶ୍ୱର ହତିଆଶୁଣିରେ ଅଗ୍ନିକାଣ୍ଡ। ଜଳିଗଲା ଘର ସହିତ ରାସନ ଦୋକାନ। ଅଗ୍ନିକାଣ୍ଡରେ ଘର ଓ ଦୋକାନର ସମସ୍ତ ଜିନିଷ ପୋଡ଼ି ନଷ୍ଟ ହୋଇଯାଇଛି। ଅଳ୍ପକେ ବର୍ତିଲେ ମହିଳା ଓ ତାଙ୍କ ପରିବାର। ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି।
ଖବର ଅନୁଯାୟୀ, ସ୍ଥାନୀୟ ମୈତ୍ରୀ ବିହାର ଥାନା ହାତିଆଶୁଣି ସରସ୍ଵତୀ ଶିଶୁ ମନ୍ଦିର ପାଖରେ ଥିବା ଗୋଟିଏ ତେଜରାତି ଦୋକାନ ଓ ଘରେ ନିଆଁ ଲାଗିଯାଇଛି। ଘରେ କେହି ନଥିବା ବେଳେ ପାଖାପାଖି ୪୦ ମିନିଟ ହେବ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ଘର ଓ ରାସନ୍ ଦୋକାନ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ସେପଟେ ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ପହଞ୍ଚି ନିଆଁ ଓ ଧୂଆଁକୁ ଆୟତ୍ତ କରିଥିଲେ। ସର୍ଟସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଘରେ କେହି ନିଆଁ ଲଗାଇ ଦେଇଥିବା କହିଛନ୍ତି ଘର ମାଲିକାଣୀ। ସେପଟେ ଘଟଣାର ତଦନ୍ତ ଆରମ୍ଭ କରିଛି ମୈତ୍ରୀ ବିହାର ଥାନା ପୋଲିସ।