ପ୍ରତିଷ୍ଠା ହେବ ୫ ସ୍ଵତନ୍ତ୍ର ଫାଷ୍ଟଟ୍ରାକ୍ ମହିଳା କୋର୍ଟ, ଆରମ୍ଭ ହୋଇଛି ପ୍ରକ୍ରିୟା : ଆଇନ ମନ୍ତ୍ରୀ

Published By : Prameya-News7 Bureau | April 23, 2025 IST

ଭୁବନେଶ୍ବର ରାଜ୍ୟରେ ପ୍ରତିଷ୍ଠା ହେବ ୫ଟି ସ୍ଵତନ୍ତ୍ର ଫାଷ୍ଟଟ୍ରାକ୍ ମହିଳା କୋର୍ଟ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ହାଇକୋର୍ଟଙ୍କ ସହ ଆଲୋଚନା ଆରମ୍ଭ ହୋଇଛି । କୋର୍ଟ ପ୍ରତିଷ୍ଠା ଦିଗରେ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ମହିଳା କୋର୍ଟ ପ୍ରତିଷ୍ଠା ହେଲେ ବିରୋଧୀ ଅପରାଧରେ ତ୍ୱରିତ ନ୍ୟାୟ ମିଳିବା ସହ ଦଣ୍ଡ ବିଧାନ ହାର ବଢିବ । ପ୍ରାରମ୍ଭିକ ଭାବେ ୫ଟି ଏବଂ ପରେ ଏହି ସଂଖ୍ୟା ବୃଦ୍ଧି କରାଯିବ । ଏହାବାଦ୍ ୩୧୪ ବ୍ଲକ୍‌ରେ କୋର୍ଟ ପ୍ରତିଷ୍ଠା ପାଇଁ ସରକାରଙ୍କ ଯୋଜନା ରହିଛି । ଗ୍ରାମ୍ୟ ନ୍ୟାୟାଳୟ ବି ପ୍ରତିଷ୍ଠା କରିବେ ସରକାର । 


You Can Read:

ପୂର୍ତ୍ତ ବିଭାଗର ‘ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ'ର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ତଦାରଖ ହେବ ଭିତ୍ତିଭୂମି ପ୍ରକଳ୍ପର ପ୍ରକୃତ ସମୟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.