ସାନ୍‌ ଫ୍ରାନସିସ୍କୋରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବିଭିନ୍ନ କମ୍ପାନିର ସିଇଓଙ୍କୁ ସହ କଲେ ଆଲୋଚନା, ଭାରତରେ ନିବେଶ ପାଇଁ ଆହ୍ବାନ

Published By : Prameya-News7 Bureau | April 22, 2025 IST

Business Standard

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧୧ ଦିନିଆ ଆମେରିକା ଓ ପେରୁ ଗସ୍ତରେ ଯାଇ ଭାରତର ବିଭିନ୍ନ କ୍ଷେତ୍ରର ବିକାଶ ଉପରେ ସେଠିକାର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି କ୍ରମରେ ସୋମବାର ସାନଫ୍ରାନସିସ୍କୋରେ ଅନେକ ବରିଷ୍ଠ କାର୍ଯ୍ୟନିର୍ବାହୀ ଏବଂ ବ୍ୟବସାୟିକ ନେତାଙ୍କୁ ଭେଟିଛନ୍ତି ଅର୍ଥମନ୍ତ୍ରୀ। ଏହି ଅବସରରେ ସେ ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୁଦ୍ଧିମତ୍ତା, ଶକ୍ତି ଏବଂ ଡିଜିଟାଲ୍ ଭିତ୍ତିଭୂମି ଭଳି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ, ଭାରତ ଏବଂ ଆମେରିକା ମଧ୍ୟରେ ନିବେଶ ସହଯୋଗ ବୃଦ୍ଧି ଉପରେ ଆଲୋଚନା କରିଛନ୍ତି।

ନିର୍ମଳା ସୀତାରମଣ ସାନଫ୍ରାନସିସ୍କୋରେ ସିଲିକନ୍ ଭ୍ୟାଲି ଭେଞ୍ଚର କ୍ୟାପିଟାଲ୍ ଫାର୍ମ a16z ଜେନେରାଲ ପାର୍ଟନର ଆଞ୍ଜନେୟ ମିଧା ଏବଂ ପ୍ରଯୁକ୍ତିବିଦ୍ୟା କମ୍ପାନୀ VMware ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଘୁ ରଘୁରାମଙ୍କୁ ଭେଟିଥିଲେ। ଏହା ସହ କେନ୍ଦ୍ରମନ୍ତ୍ରୀ ଏହି ଅଧିକାରୀଙ୍କ ସହ ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କିଭଳି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି ସେନେଇ ଆଲୋଚନା କରିଥିଲେ। ଆଉ a16z ଏବଂ VMwareକୁ ଭାରତରେ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଉତ୍କର୍ଷତା କେନ୍ଦ୍ର ସମେତ AI ଟେକ୍ନୋଲୋଜି ଆଦି କ୍ଷେତ୍ରରେ ସହଯୋଗ ସହ ଅନୁସନ୍ଧାନ କରିବାକୁ ମଧ୍ୟ ଆହ୍ବାନ କରିଛନ୍ତି। 

ରଘୁରାମ କହିଛନ୍ତି ଯେ AI ଏକ ରଣନୈତିକ ଭିତ୍ତିଭୂମି ଏବଂ "ଭାରତର AI କ୍ଷେତ୍ରରେ କାର୍ଯ୍ୟ ସ୍ପଷ୍ଟ ପରିଲକ୍ଷିତ ହେଉଛି।" ସେହିଭଳି ମିଧା କହିଛନ୍ତି ଯେ, a16z ବାସ୍ତବ- ଦୁନିଆାରେ ସମସ୍ୟାର ସମାଧାନ ଦିଗରେ ଅନେକ ଦେଶରେ ଭିତ୍ତିଭୂମି ପାଇଁ ସମର୍ପିତ କ୍ଷେତ୍ରୀୟ ପାଣ୍ଠିର ୧୬ଟି କ୍ଷେତ୍ରରେ କାର୍ଯ୍ୟ କରୁଛି।

ଗୁଗୁଲ୍ କ୍ଲାଉଡ୍ ସିଇଓଙ୍କ ସହ ମଧ୍ୟ ଆଲୋଚନା କଲେ ଅର୍ଥମନ୍ତ୍ରୀ

ଏହି ଗସ୍ତ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁଗୁଲ୍ କ୍ଲାଉଡ୍ ସିଇଓ ଥମାସ୍ କୁରିଆନ୍ ଏବଂ ତାଙ୍କ ଟିମ୍‌କୁ ମଧ୍ୟ ଭେଟିଛନ୍ତି। ସାମ୍ପ୍ରତିକ ବର୍ଷଗୁଡ଼ିକରେ #DigitalIndia ପଦକ୍ଷେପ ଅଧୀନରେ ଭାରତର ଡିଜିଟାଲ୍ ଭିତ୍ତିଭୂମିର ପରିବର୍ତ୍ତନକାରୀ ବିକାଶ ବିଷୟରେ ଆଲୋଚନା କରିଛନ୍ତି। 

ଏନେଇ Xରେ ଅର୍ଥ ମନ୍ତ୍ରଣାଳୟର ଏକ ପୋଷ୍ଟରେ କୁହାଯାଇଛି ଯେ, କୁରିଆନ୍ ଭାରତର AI ମିଶନ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶ ଯେଉଁ ପଥ ଗ୍ରହଣ କରୁଛି ତାହାକୁ ପ୍ରଶଂସା କରିଛନ୍ତି। ଭାରତକୁ ସ୍ଥଳ ଏବଂ ସାମୁଦ୍ରିକ କେବୁଲ ମାଧ୍ୟମରେ ବିଶ୍ୱ ସହିତ ସଂଯୋଗ କରିବାକୁ ଆହ୍ୱାନ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୁଗୁଲ୍ କ୍ଲାଉଡ୍ ୨୦୩୦ ସୁଦ୍ଧା ବିଶ୍ୱବ୍ୟାପୀ ଏହାର ଡାଟା ସେଣ୍ଟର ଏବଂ କାର୍ଯ୍ୟାଳୟଗୁଡ଼ିକରେ ୨୪ ଘଣ୍ଟିଆ ସଂପୂର୍ଣ୍ଣ କାର୍ବନ-ମୁକ୍ତ ଶକ୍ତି ଉପରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି। ଏହା ସହ କ୍ଲାଉଡ୍ ଟିମ୍ ଭାରତ ପାଇଁ ଥିବା ଏହାର ଆଗାମୀ ରଣନୀତି ଉପରେ କାର୍ଯ୍ୟ କରୁଛି ତାହା ବିଷୟରେ କହିଥିଲେ। ଏହା ସହ ଡାଟାରୋବୋଟ୍ ସିଇଓ ଦେବଞ୍ଜନ ସାହାଙ୍କୁ, ଟ୍ୟୁରିଂର ସିଇଓ ଜୋନାଥନ ସିଦ୍ଧାର୍ଥଙ୍କ ସହ ମଧ୍ୟ ଏଆଉ ଉପରେ ଆଲୋଚନା କରିଛନ୍ତି। 

ଏଆଇ ଉପରେ ଭାରତର ପଦକ୍ଷେପ ବିଷୟରେ ଦେଲେ ସୂଚନା

ତେବେ ନିର୍ମଳା ସୀତାରମଣ ଏହି ଅଧିକାରୀମାନଙ୍କ ସହ, ଭାରତ ସରକାର ବର୍ଷ ବର୍ଷ ଧରି ଡିଜିଟାଲ୍ ଭିତ୍ତିଭୂମିକୁ ବୃଦ୍ଧି କରିବା ପାଇଁ ନେଇଥିବା ପଦକ୍ଷେପ ଉପରେ ଆଲୋଚନା କରିଛନ୍ତି। ଯେଉଁଥିରେ ଇଣ୍ଡିଆଏଆଇ ମିଶନ ପାଇଁ ୧୦,୩୦୦ କୋଟି ଟଙ୍କାର ବଜେଟ୍, ଭାରତଜେନ୍ ଏବଂ ସର୍ବମ-1 ମାଧ୍ୟମରେ ଏଆଇ ଭାଷା ପ୍ରଯୁକ୍ତିବିଦ୍ୟା ସୃଷ୍ଟି କରିବା ଏବଂ ଆଇଆଇଟି-ଯୋଧପୁରର କୃତ୍ରିମ ବୁଦ୍ଧିମତ୍ତା ଏବଂ ଡାଟା ସାଇନ୍ସ ସ୍କୁଲରେ ଜେନେରେଟିଭ୍ ଏଆଇ ପାଇଁ ଶ୍ରୀଜନ ସେଣ୍ଟର ପ୍ରତିଷ୍ଠା ଉପରେ ଆଲୋକପାତ କରିଛନ୍ତି।

ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଶାହଙ୍କୁ ପ୍ରସ୍ତାବିତ ୧ ଲକ୍ଷ କୋଟି ଟଙ୍କା (୧୨ ବିଲିୟନ ଡଲାର) ପୁଞ୍ଜି ଘରୋଇ କ୍ଷେତ୍ର-ଚାଳିତ ଗବେଷଣା, ବିକାଶ ଏବଂ ନବସୃଜନ ଯୋଜନା ମାଧ୍ୟମରେ ସମ୍ଭାବ୍ୟ ସୁଯୋଗ ବିଷୟରେ ସୂଚନା ଦେଇଥିଲେ ଏବଂ ଭାରତ ଏଆଇ ଦକ୍ଷତା ପ୍ରବେଶରେ ବିଶ୍ୱ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛି ଯେଉଁଠାରେ ଏହା ଅନେକ ବିକଶିତ ଦେଶ ତୁଳନାରେ ଆଗରେ ଅଛି।

ଟ୍ୟୁରିଂର ସିଇଓ ଜୋନାଥନ ସିଦ୍ଧାର୍ଥଙ୍କ ସହ ବୈଠକରେ, ସୀତାରମଣ AI ପାଇଁ ଭାରତରେ ହୋଇଥିବା ନୀତିଗତ ଢାଞ୍ଚା ଉପରେ ଆଲୋକପାତ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.