ଆଳୁ ପାଇଁ ଓଡ଼ିଶା କାହା ଉପରେ ନିର୍ଭର କରିବନି, ଚାଷୀ ମାରଣ ନୀତି ବରଦାସ୍ତ କରାଯିବନି

Published By : Prameya-News7 Bureau | February 17, 2025 IST

 ଭୁବନେଶ୍ବର୧୭/୨: ଚଳିତ ବର୍ଷ ଆଳୁ ଚାଷ ଭଲ ହୋଇଛି । ଏଣିକି ଆଳୁ ପାଇଁ ଓଡ଼ିଶା, ପଶ୍ଚିମବଙ୍ଗ କିମ୍ବା ଅନ୍ୟ କେଉଁ ରାଜ୍ୟ ଉପରେ ନିର୍ଭର କରିବନି । ଧାନ ଭଳି ହେବ ପରିବା ମଣ୍ଡି । ଶୀତଳଭଣ୍ଡାରରେ ପନିପରିବା ରଖିବେ ଚାଷୀ । ଚାଷୀ ମାରଣ ନୀତି ବରଦାସ୍ତ କରାଯିବ ନାହିଁ ବୋଲି ସିଧା ଶୁଣାଇ ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଏବେ ସୁଦ୍ଧା ୨୪ ମିଲ୍‌କୁ ସିଲ୍ କରିଛି ଯୋଗାଣ ବିଭାଗ । ଧାନ ମଣ୍ଡି ରୁ କିଛି ବିଧାୟକଙ୍କ ଏକ୍ସଟ୍ରା ଇନକମ ହେଉଥିଲା ଯାହା ଏବେ ବନ୍ଦ ହୋଇଯାଇଛି। ମାସିକିଆ ନେଉଥିଲେ। ବନ୍ଦ ହୋଇଥିବା କାରଣରୁ ସେମାନେ ଦୁଃଖୀ ଅଛନ୍ତି। ଦୁର୍ନୀତିଗ୍ରସ୍ତ ମିଲର ଓ ଦଲାଲ ଦୁଃଖୀ ହେବା ସ୍ଵାଭାବିକ। 

କିଛି ଅଫିସର ଓ ଦଲାଲଙ୍କ ବିରୋଧରେ ଆକ୍ସନ ନିଆଯାଇଛି । ଯେଉଁଠି ମଣ୍ଡି ନାହିଁ ସେଇଠି ମଣ୍ଡି ହେବ। କୃଷକ ମଣ୍ଡିକୁ ଆଣି ପରିବା ବିକିବେ। ଅଧିକ ଅମଳକୁ ଶୀତଳ ଭଣ୍ଡାରରେ ରଖିବେ। ସେଥିପାଇଁ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ ହେବ। ପ୍ରତ୍ୟେକ ବ୍ଲକରେ ଅତିକମରେ ଗୋଟିଏ ଶୀତଳ ଭଣ୍ଡାର ହେବ ।

ରାଜ୍ୟରେ ଚାଲିଥିଲା କଟଣି ଛଟନିକୁ ନେଇ ମନ୍ତ୍ରୀ କହିଛନ୍ତି ସିଷ୍ଟମ୍ ବଦଳୁଛି। ଯେଉଁ ବ୍ୟବସ୍ଥା ୨୪ ବର୍ଷ ଧରି ଚାଲିଥିଲା ସେ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଚି। କୃଷକ ଏବେ  ଖୁସି ଅଛି। ଚାଷୀ ଆକାଉଣ୍ଟକୁ ସିଧାସଳଖ ୨୩୦୦ ଟଙ୍କା ଏମ୍‌ଏସ୍‌ପି ଯାଉଛି । ପ୍ରତି କ୍ବିଣ୍ଟାଲ

ପିଛା ୮୦୦ ଟଙ୍କା ସବସିଡି ପାଉଛି ଚାଷୀ। ଯାହାକୁ ପାଇ ଚାଷୀ ଖୁସି ଅଛି। ଏଥିପାଇଁ ଦୁର୍ନୀତି ଗସ୍ତ ମିଲର ଓ ଦଲାଲ ହତାଶ ହୋଇଛନ୍ତି।କିଛି ମିଲର କିଛି ଅଫିସରଙ୍କ ଉପରେ ଆକ୍ସନ ନିଆଯାଇଛି । ଚେଷ୍ଟା ଥିଲା ରାଜ୍ୟରୁ କଟଣୀ ଛଟଣୀ ବନ୍ଦ କରିବା। ସେଥିରେ ଆମେ ସଫଳ ହୋଇଛୁ। ୮୦୦ ଟଙ୍କା ସବସିଡି ପାଇବା ପରେ ଚାଷୀ ଖୁସି ହୋଇଛି । ଯାହା ପୂର୍ବ ସରକାରରେ ହେଉନଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.