ସେବା ପାଇଁ ସର୍ବୋଚ୍ଚ ସମ୍ମାନ; ଚୌଧୁରୀ ଚରଣ ସିଂହ, ଏମ.ଏସ୍ ସ୍ୱାମୀନାଥନ୍ ଓ ନରସିଂହ ରାଓଙ୍କୁ ଭାରତ ରତ୍ନ

Published By : Prameya-News7 Bureau | February 09, 2024 IST

ନୂଆଦିଲ୍ଲୀ: ଭାରତର ସର୍ବୋଚ୍ଚ ପୁରସ୍କାର ଘୋଷଣା । ଲାଲ୍ କୃଷ୍ଣ ଆଡଭାନୀଙ୍କ ପରେ ଆଉ ୩ଜଣଙ୍କୁ ମିଳିବ ଭାରତ ରତ୍ନ । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ସବୁଜ ବିପ୍ଲବ ଜନକ ଡକ୍ଟର ଏମ. ଏସ ସ୍ବାମୀନାଥନ୍ ଏବଂ ପି.ଭି. ନରସିଂହ ରାଓଙ୍କୁ ମିଳିବ ଭାରତ ରତ୍ନ । ଏନେଇ ଏକ୍ସରେ ଟ୍ବିଟ୍ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜନୀତି ଓ ସମାଜ ସେବା କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ସର୍ବୋଚ୍ଚ ସମ୍ମାନ ମିଳିବ ।

wp:html /wp:html

କେନ୍ଦ୍ର ସରକାର ଏହି ୩ଜଣ ମହାନାୟକଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ଦେବା ପାଇଁ ଘୋଷଣା କରିଛନ୍ତି । ଏହା ପୂର୍ବରୁ ବିଜେପି ବରିଷ୍ଠ ନେତା ଲାଲ୍ କୃଷ୍ଣ ଆଡଭାନୀ ଓ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ ଭାରତ ରତ୍ନ ଦେବାକୁ ନାଁ ଘୋଷଣା କରିଥିଲେ । କେବଳ ଆଡଭାନୀଙ୍କୁ ଛାଡ଼ି କରି ଅନ୍ୟ ସମସ୍ତଙ୍କୁ ମରଣୋତ୍ତର ଭାରତ ରତ୍ନ ସମ୍ମାନ ମିଳିବ । ପ୍ରଧାନମନ୍ତ୍ରୀ ଏକ୍ସରେ ଟ୍ବିଟ୍ କରି ଲେଖିଛନ୍ତି, ଆମର ସୌଭାଗ୍ୟ ଯେ, ଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ମିଳିବ ଭାରତର ସର୍ବୋଚ୍ଚ ସମ୍ମାନ । ଦେଶ ପାଇଁ ତାଙ୍କର ଥିଲା ଅତୁଳନୀୟ ସମର୍ପଣ । ଉତ୍ତର ପ୍ରଦେଶରେ ଚାଷୀଙ୍କ କଲ୍ୟାଣ ପାଇଁ ସେ ପୂରା ଜୀବନ ସମର୍ପିତ କରିଥିଲେ । ୟୁପି ମୁଖ୍ୟମନ୍ତ୍ରୀ, ଦେଶର ଗୃହମନ୍ତ୍ରୀ ଏବଂ ଜଣେ ବିଧାୟକ ଭାବେ ସବୁବେଳେ ରାଷ୍ଟ୍ର ହିତ ପାଇଁ କାର୍ଯ୍ୟ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ସେହିପରି ଚାଷ ଓ ଚାଷୀଙ୍କ ପାଇଁ ନିଜକୁ ସମର୍ପିତ କରିଥିବା ସବୁଜ ବିପ୍ଳବର ଜନନ ଡ. ଏମଏସ୍ ସ୍ବାମୀନାଥନଙ୍କୁ ଭାରତ ରତ୍ନ ସମ୍ମାନ ମିଳିବ । ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ଖାଦ୍ୟ ସାଙ୍କଟ ଜାରି ରହିଥିବା ବେଳେ ଏମ.ଏସ୍ ସ୍ବାମୀନାଥନ କୃଷି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆଧୁନିକ କୃଷି ପାଇଁ ଦେଶରେ ଖାଦ୍ୟାଭାବ ଦୂର ହୋଇଥିଲା । ତାଙ୍କର ଏହି ଉତ୍କୃଷ୍ଟ କାର୍ଯ୍ୟ ପାଇଁ ସ୍ବର୍ଗତ ସ୍ବାମୀନାଥନଙ୍କୁ ତାଙ୍କୁ ଭାରକର ଏହି ସର୍ବୋଚ୍ଚ ସାମ୍ମାନ ମିଳିବ ।

wp:html /wp:html

ସେହିଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହା ରାଓଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରାଯିବା ନେଇ ଏକ୍ସରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଓ ରାଜନେତା ରୂପରେ ପି.ଭି. ନରସିଂହା ରାଓ ଦେଶ ସେବାରେ ନିଜକୁ ସମର୍ପିତ କରିଛନ୍ତି । ଜଣେ ପ୍ରଧାନମନ୍ତ୍ରୀ ଭାବେ ଭାରତକୁ ବିକାଶର ଦିଗ ଦେଖାଇଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ବିଧାୟକ ଭାବେ ଭାରତକୁ ଆର୍ଥିକ ରୂପେ ସମୃଦ୍ଧ କରିବାରେ ତାଙ୍କର ଭୂମିକା ଚିରସ୍ମରଣୀୟ ବୋଲି ପିଏମ୍ ମୋଦି କହିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.