କଟକରେ କ୍ରେନ୍‌କୁ ପିଟିଲା କାର୍‌, ୪ ଗୁରୁତର

Published By : Prameya-News7 Bureau | March 03, 2024 IST

କଟକ ୦୩।୦୩ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଟକ ସହରର ଏସ୍‌ବିଆଇଟି କଲେଜ ଗଡ଼ା ନଦୀ ବନ୍ଧା ରାସ୍ତାରେ ଘଟିଛି ଦୁର୍ଘଟଣା । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

wp:embed {"url":"https://www.prameyanews7.com/another-accident-in-udla-two-bullets-collide-2-dead/","type":"wp-embed","providerNameSlug":"prameya-news-7"}
https://www.prameyanews7.com/another-accident-in-udla-two-bullets-collide-2-dead/
/wp:embed

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ କାର୍‌ଟି ବେଲ୍‌ଭ୍ୟୁ ଛକ ଆଡୁ ଆସୁଥିଲା । ଏହି ସମୟରେ ଏକ ବିଦ୍ୟୁତ ଖୁଣ୍ଟ ପୋତିବା ବେଳେ ଠିଆ ହୋଇଥିବା କ୍ରେନ୍‌ ସହ ଧକ୍କା ହୋଇଥିଲା । ଯାହାଫଳରେ ଉଭୟ କ୍ରେନ୍‌ ଏବଂ କାର୍‌ରେ ବସିଥିବା ଲୋକ ଗୁରୁତର ହୋଇଥିଲେ । କାର୍ ଭିତରେ ଦୁଇ ଜଣ ଯୁବକ ଓ ଜଣେ ଯୁବତୀ ବସିଥିବା ବେଳେ କ୍ରେନ୍‌ରେ ଡ୍ରାଇଭର ଓ ହେଲ୍‌ପର  ବସିଥିଲେ । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଓ ପୋଲିସ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ସେପଟେ କାର୍‌ରେ ଥିବା ଜଣେ ଯୁବକ-ଯୁବତୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ଗୁରୁତରଙ୍କୁ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ସ୍ଥାନୀୟ ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି ।

wp:embed {"url":"https://www.prameyanews7.com/rainfall-warning-for-seven-dist-of-odisha/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rainfall-warning-for-seven-dist-of-odisha/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.