ନୂଆଦିଲ୍ଲୀ: ସେମିକଣ୍ଡକ୍ଟର ନର୍ମାତା କମ୍ପାନି ଫକ୍ସକନ ଭାରତରେ ସେମିକଣ୍ଡକ୍ଟର ନିର୍ମାଣ ପାଇଁ ବେଦାନ୍ତ ସହ କରିଥିବା ନିଜ ବୁଝାମଣାକୁ ରଦ୍ଦ କରିବାକୁ ଘୋଷଣା କରିଛି । ଗତ ବର୍ଷ ବେଦାନ୍ତ ଏବଂ ଫକ୍ସକନ ଗୁଜରାଟରେ ୧୯.୫ ବିଲିୟନ ଡଲାର ନିବେଶ ସହ ସେମିକଣ୍ଡକ୍ଟର ଏବଂ ଡିସପ୍ଲେ ଉତ୍ପାଦନ ପ୍ଲାଣ୍ଟ ନିର୍ମାଣ ପାଇଁ ଘୋଷଣା କରିଥିଲେ ।
ରିପୋର୍ଟ ଅନୁସାରେ ଫକ୍ସକନ ଏକ ବୟାନ ଜାରି କହିଛି ଯେ ବେଦାନ୍ତର ପୂରା ମାଲିକାନାରେ ଥିବା କମ୍ପାନି ନିଜ ନାଁ ହଟାଇବା ଉପରେ କାର୍ଯ୍ୟ କରୁଛି । ଫକ୍ସକନ ବିନା କୌଣସି କାରଣ ନଦର୍ଶାଇ କହିଛି ଯେ କମ୍ପାନି ବେଦାନ୍ତ ସହ ଜଏଣ୍ଟ ଭେଞ୍ଚରକୁ ନେଇ ଏବେ ଆଉ ଆଗକୁ ନବଢିବା ପାଇଁ ନିଷ୍ପତ୍ତି ନେଇଛି ।
ଗତ ବର୍ଷ ବେଦାନ୍ତ ପକ୍ଷରୁ ଡିସକ୍ଲୋଜର ଆସିଥିଲା, ଯେଉଁଥିରୁ ଜଣାପଡୁଥିଲା ଯେ ପ୍ରୋଜେକ୍ଟକୁ ସେ ହିଁ ଚଲାଉଛି । ପରେ କମ୍ପାନି ସ୍ପଷ୍ଟୀକରଣ ଦେଇଥିଲା ଯେ ୱାଲକେନ ଇନଭେଷ୍ଟମେଣ୍ଟ ଏହି ପ୍ରୋକେକ୍ଟକୁ ଆଗକୁ ବଢାଉଛି । ଗତ ସପ୍ତାହରେ ସେୟାର ବଜାର ନିୟାମକ ସେବି, ବେଦାନ୍ତ ଉପରେ ଜରିମାନା ଲଗାଇବାକୁ ଘୋଷଣା କରିଥିଲା । ସେବି କହିଥିଲା ଯେ କମ୍ପାନି ଫକ୍ସକନ ସହ ଯେଉଁ ବୁଝାମଣା କରିଛି ତାହା ନିୟମର ଉଲ୍ଲଂଘନ ହେଉଥିବା ସଂସ୍ଥା ଅନୁଭବ କରୁଛି । ଏହା ପୂର୍ବରୁ ଶୁକ୍ରବାର ବେଦାନ୍ତ କହିଥିଲା ଯେ ଜଏଣ୍ଟ ଭେଞ୍ଚରର ହୋଲ୍ଡିଂ କମ୍ପାନିର ଅଧିଗ୍ରହଣ କରିବ, ଯିଏ ଫକ୍ସକନ ସହ ମିଶି ସେମିକଣ୍ଡକ୍ଟର ନିର୍ମାଣ ପାଇଁ ବୁଝାମଣା କରିଛି । କମ୍ପାନି କହିଥିଲା ଯେ ସେ ଡିସପ୍ଲେ ଗ୍ରାସ ମେନ୍ୟୁଫେକଚରିଂ ଭେଞ୍ଚରକୁ ମଧ୍ୟ ୱାଲକେନ ଇନଭେଷ୍ଟମେଣ୍ଟ ଅଧିଗ୍ରହଣ କରିବ ।
ଗତ ବର୍ଷ ଅନିଲ ଅଗ୍ରୱାଲଙ୍କ ବେଦାନ୍ତ ଫକ୍ସକନ ସହ ମିଶି ଗୁଜାରଟରେ ସେମିକଣ୍ଡକ୍ଟର ଏବଂ ଡିସପ୍ଲେ ମେନ୍ୟୁଫେକଚରିଂ ପ୍ରୋଜେକ୍ଟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା । ଏଥିପାଇଁ ଗୁଜରାଟ ସରକାରଙ୍କଠାରୁ ମଧ୍ୟ ଅନୁମତି ମିଳିଥିଲା । ଫକ୍ସକନର ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ର ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ଭାରତର ସେମିକଣ୍ଡକ୍ଟର ଲକ୍ଷ୍ୟ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ।
wp:html/wp:htmlDecision of Foxconn to withdraw from its JV with Vedanta has no impact on India's semiconductor fab goals: MoS IT Rajeev Chandrasekhar
— Press Trust of India (@PTI_News) July 10, 2023
ଫକ୍ସକନ କହିଛି ଯେ କମ୍ପାନିକୁ ଭାରତର ସେମିକଣ୍ଡକ୍ଟରକୁ ନେଇ ଯୋଜନା ଉପରେ ଭରସା ରହିଛି । କମ୍ପାନି ଭାରତ ସରକାରଙ୍କ ସହ ମେକ୍ ଇନ୍ ଇଣ୍ଡିଆ ଲକ୍ଷ୍ୟକୁ ପୂରା ସମର୍ଥନ କରୁଛି ଏବଂ ସେ ସ୍ଥାନୀୟ ପାର୍ଟନରଶିପ ଜରିଆରେ ଷ୍ଟେକହୋଲ୍ଡର୍ସଙ୍କ ଆବଶ୍ୟକତାକୁ ପୂରଣ କରିବ ।