ଭୁବନେଶ୍ବର ୧୯।୮: ପିଲାଙ୍କୁ ସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଏବଂ ଡ୍ରପ୍ ଆଉଟ୍ ରୋକିବା ପାଇଁ ଗଣଶିକ୍ଷା ବିଭାଗର ନୂଆ ପଦକ୍ଷେପ । ଶିଶୁ ବାଟିକା ପିଲାଙ୍କୁ ମାଗଣାରେ ମିଳିବ ୟୁନିଫର୍ମ । ରାଜ୍ୟର ୪୫ ହଜାର ପ୍ରାଥମିକ ସ୍କୁଲରେ ଶିଶୁ ବାଟିକାରେ ନାମ ଲେଖାଇଥିବା ପିଲାଙ୍କୁ ମାଗଣାରେ ୟୁନିଫର୍ମ ଓ ଅନ୍ୟାନ୍ୟ ଉପକରଣ ମାଗଣାରେ ଦିଆଯିବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ, ଏଥିପାଇଁ ବାଲ୍ ବାଟିକା ତଥା ଶିଶୁ ବାଟିକା ପିଲା ପିଛା ଖର୍ଚ୍ଚ ହଜାରେ ଟଙ୍କା ବିଭାଗ ବହନ କରିବ । ରାଜ୍ୟର ୪୫ ହଜାର ପ୍ରାଥମିକ ସ୍କୁଲରେ ଶିଶୁ ବାଟିକା ଖୋଲାଯାଇଛି । ଏବେ ପିଲାଙ୍କୁ ୟୁନିଫର୍ମ ସହିତ ଜୋତା, ମୋଜା, ଟ୍ରାକ୍ ପ୍ୟାଣ୍ଟ ମଧ୍ୟ ଦିଆଯିବ । ୩ ଲକ୍ଷ ୧୦ ହଜାର ୮୪୯ ପିଲାଙ୍କୁ ୟୁନିଫର୍ମ ଦିଆଯିବ । ପ୍ରତି ପିଲା ପିଛା ହଜାରେ ଟଙ୍କା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏନେଇ ଯୋଜନା ପ୍ରସ୍ତୁତ କରୁଛି । ଏହା କରିବା ଦ୍ବାରା ପିଲାମାନେ ଖୁସିରେ ସ୍କୁଲ ଯିବେ ଓ ତାଙ୍କ ଅଭ୍ୟାସରେ ପରିଣତ ହେବ । ସ୍କୁଲ ଛାଡ଼ିବା ପାଇଁ ମନ କରିବେ ନାହିଁ ଏବଂ ଡ୍ରପ୍ ଆଉଟ୍ ବଢ଼ିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।
You Can Read: