ନୂଆ ପୋଷାକ ପିନ୍ଧି ହାତରେ ଭୋଗ ଧରି ଆସିଥିଲେ ସ୍କୁଲ : ବିବାଦରୁ ହୋଇପାରିଲାନି ଗଣେଶ ପୂଜା, ଫେରିଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | August 27, 2025 IST

ଭୁବନେଶ୍ବର ୨୭।୮: ଶିକ୍ଷକ/ଶିକ୍ଷୟିତ୍ରୀ ଓ କମିଟି ମଧ୍ୟରେ ବିବାଦରେ ବଳି ପଡିଲେ ନୀରିହ ଛାତ୍ରଛାତ୍ରୀ । ସ୍କୁଲରେ ଝୁଲିଲା ତାଲା, ହୋଇ ପାରିଲାନାହିଁ ଗଣେଶ ପୂଜା । ନିରାଶରେ ଫେରିଲେ ଛାତ୍ରଛାତ୍ରୀ । ଏହି ଘଟଣା ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ନୋଳିଆ ନୂଆଗାଁ ସ୍ଥିତ ଉନ୍ନତ ଉଚ୍ଚ ବିଦ୍ୟାଳୟ । 

ଏହି ସ୍କୁଲରେ ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ପାଖାପାଖି ୪ ଶହ ପିଲା ପାଠ ପଢୁଛନ୍ତି । କିଛି ଦିନ ହେଲା ସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀ ମାନେ କମିଟି କି ପ୍ରଧାନ ଶିକ୍ଷକ ଶୁଣୁନାହାନ୍ତି । ଏନେଇ ବହୁବାର ସମାଧାନ କରାଯାଉଥିଲେ ବି ସୁଫଳ ହେଉନଥିଲା ।ମଙ୍ଗଳବାର କମିଟି ସହ ଶିକ୍ଷକ-ଶିକ୍ଷୟିତ୍ରୀ କୌଣସି ଏକ କାରଣକୁ ନେଇ ଝଗଡା ହୋଇଥିଲା । ଯାହା ଫଳରେ ଆଜି କମିଟି ତାଲା ପକାଇ ଦେଇଥିଲେ । ଫଳରେ ଅନେକ ଛାତ୍ରଛାତ୍ରୀ ନୂଆ ପୋଷାକ ପିନ୍ଧି ହାତରେ ଭୋଗ ଧରି ସ୍କୁଲକୁ ଆସିଥିବା ବେଳେ ସ୍କୁଲରେ ତାଲା ପଡିଥିବାରୁ ନିରାଶ ହୋଇ ଫେରିଥିଲେ ।

You Can Read:

ଆଖି ସାମ୍ନାରେ ସର୍ବନାଶ, କିଛି ଭାବିବା ପୂର୍ବରୁ ହୁତୁ ହୁତୁ ହୋଇ ଜଳି ଯାଇଥିଲା ଘର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.