ବାସୁଦେବପୁର ପୋଲିସକୁ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହିତ ଦୁଇ ଗିରଫ

Published By : Prameya-News7 Bureau | February 28, 2024 IST

ବାସୁଦେବପୁର ୨୮/୦୨: ବାସୁଦେବପୁର ପୋଲିସକୁ ସଫଳତା । ଥାନାର ବିଭିନ୍ନ ସ୍ଥାନରେ ଛଡାଉ କରି କିଛି ଗଞ୍ଜେଇ ସହିତ ନଗଦ ଟଙ୍କା ଓ ଦୁଇଜଣକୁ ଗିରଫ କରିଛି ପୋଲିସ ।

ମଙ୍ଗଳବାର ବିଳମ୍ବିତ ରାତିରେ ଜଗନ୍ନାଥି ଗ୍ରାମରେ ଅଚାନକ ଚଢ଼ାଉ କରି ଅମରେଶ ବେହେରା ଓ ଚିରଳ ଗ୍ରାମର ଦୟାନିଧି ଗୋଛାୟତକୁ ଗିରଫ କରିଥିଲେ । ଉଭୟଙ୍କ ନିକଟରୁ ୩ କିଲୋ ୬୩୦ ଗ୍ରାମ ଗଂଜେଇ ସହିତ ନଗଦ ୬୧ ହଜାର ଟଙ୍କା ଜବଦ କରାଯାଇଛି ।

ଆଜି ବାସୁଦେବପୁର ଥାନାରେ ଏକ ସାମ୍ବାଦିକ ସମିଳନୀରେ ସଦର sdpo ସୌରବ ଓଟା ଓ ଥାନାଧିକାରିଣୀ ଲୋପାମୁଦ୍ରା ନାୟକଙ୍କ ସୂଚନାରୁ ପ୍ରକାଶ । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.