ବଜ୍ରପାତ ଜନିତ ମୃତ୍ୟୁ ରୋକିବା ପାଇଁ ସରକାର ତତ୍ପର, ଲଗାଯିବ ଅଧିକ ତାଳ ଗଛ

Published By : Prameya-News7 Bureau | May 17, 2025 IST

ଭୁବନେଶ୍ବର ବଜ୍ରପାତ ଜନିତ ମୃତ୍ୟୁ ରୋକିବା ପାଇଁ ଅଧିକ ତାଳ ଗଛ ଲଗାଯିବ । ଏ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ମନ୍ତ୍ରୀ ଆହୁରି କହିଛନ୍ତି, ବଜ୍ରପାତ ଜନିତ ମୃତ୍ୟୁ ରୋକିବା ପାଇଁ ସରକାର ତତ୍ପର । ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅଧିକ ତାଳ ଗଛ ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି । ପୂର୍ବ ବର୍ଷ ଟାର୍ଗେଟ୍‌କୁ ପୂରଣ କରାଯାଇଛି । ପୂର୍ବରୁ ୨୦ ଲକ୍ଷ ଗଛ ଲଗାଯାଇଥିଲା । ଏବର୍ଷ ୫ରୁ ୬ କୋଟି ଟଙ୍କାର ତାଳ ଗଛ ଲଗାଇବା ପାଇଁ ବିଭାଗ ନିଷ୍ପତ୍ତି ନେଇଛି ବୋଲି ମନ୍ତ୍ରୀ କହିଛନ୍ତି । 

ଉଲ୍ଲେଯୋଗ୍ୟ ଯେ, ଶୁକ୍ରବାର ଅପରାହ୍ନରେ ବିଭିନ୍ନ ଜିଲ୍ଲାରେ ବର୍ଷା, ପବନ ସାଙ୍ଗକୁ ଘନଘନ ବଜ୍ରପାତରେ ବହୁ ଧନଜୀବନ କ୍ଷୟକ୍ଷତି ହୋଇଛି । ଶୁକ୍ରବାର ଦିନକରେ ବଜ୍ରପାତ ଘଟି ୧୪ ଜଣଙ୍କ ଜୀବନ ଚାଲିଯାଇଛି । ୨୦ରୁ ଅଧିକ ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଅନେକ ଗୋରୁ ଗାଈଙ୍କର ବି ମୃତ୍ୟୁ ଘଟିଛି । ଖାଲି ସେତିକି ନୁହେଁ, କାଳବୈଶାଖୀ ପବନ ମାଡ଼ରେ ବହୁ ସ୍ଥାନରେ ଘର କାନ୍ଥ, ଛପର ଭାଙ୍ଗିଯାଇଛି ।



You Can Read:

ଯାଜପୁର ଜିଲ୍ଲାରେ ଟାଟାର ୬୪ ହଜାର କୋଟିର ପ୍ରକଳ୍ପ, ଆସନ୍ତା ୨୨ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.