ପ୍ରତିବାଦ କଲେ ଗାଳିଗୁଲଜ ସହ ମାରିଦେବାକୁ ଧମକ, ଥାନାର ଦ୍ବାରସ୍ଥ ହେଲେ ମହିଳା

Published By : Prameya-News7 Bureau | April 25, 2025 IST

ଆନନ୍ଦପୁର ୨୫/୪:  ଅସମାଜିକଙ୍କ ଆଡ୍ଡାସ୍ଥଳୀ ସୁଆଁପଦ ଗାଁ । ବେଧଡକ ଚାଲିଛି ମଦ କାରବାର । ସ୍ଥାନୀୟ ଜେନା ସାହିର କିଛି ଯୁବକ ଗାଁରେ ଆତଙ୍କ ଖେଳାଉଛନ୍ତି । ଝିଅ-ବୋହୂ ବାହାରକୁ ବାହାରିବାକୁ ଭୟ କରୁଛନ୍ତି । ପ୍ରତିବାଦ କଲେ ଗାଳିଗୁଲଜ ସହ ଜୀବନରୁ ମାରିଦେବାକୁ ମିଳୁଛି ଧମକ ।   ସବୁ ଜାଣି ଚୁପ୍‌ ବସିଛି ପ୍ରଶାସନ । ଏମିତି କିଛି ଅଭିଯୋଗ ଆଣି ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ସୁଆଁପଦା ଗ୍ରାମବାସୀ । ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗାଁରେ ମାଦକ ଦ୍ରବ୍ୟ ବ୍ୟବସାୟ ଉପରେ ଅଙ୍କୁଶ ଲଗାଇବାକୁ ଦାବି କରିଛନ୍ତି । 


 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.