ରାୟଗଡ଼ା ୭।୬: ରାୟଗଡା ଜିଲ୍ଲା ମୁନିଗୁଡା ବନାଞ୍ଚଳ ଅନ୍ତର୍ଗତ ନିୟମଗିରି ପାହାଡରେ ଏବେ ହାତୀ ଆତଙ୍କ ଦେଖାଦେଇଛି । ଗତ ୭ ଦିନ ହେବ ଏକ ୨୪ଟିକିଆ ହାତୀ ପଲ ଅଞ୍ଚଳରେ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଦେଇଥିଲେ । ଦୁଇ ଦିନ ଭିତରେ କାଟ୍ରିଗୁଡା ଗାଁର ତିନୋଟି ଘର ଭାଙ୍ଗି ଦେଇଥିବା ବେଳେ ଘର ଭିତରେ ଥିବା ଧାନ ଚାଉଳ, କାନ୍ଦୁଲ, ମାଣ୍ଡିଆ ସହ ମାଣ୍ଡିଆ ହାଣ୍ଡି ଭିତରେ ରଖିଥିବା ନଗଦ ୮୦ ହଜାରରୁ ଉର୍ଦ୍ଧ୍ବ ଟଙ୍କାକୁ ମଧ୍ୟ ହାତୀ ଖାଇଦେଇଥିବା ଜଣାପଡିଛି । ପ୍ରଥମ ଦିନ ନାରିଆ ହିକକାର ଘର ଭାଙ୍ଗି ଦେଇଥିବା ସହ ଧାନ ମାଣ୍ଡିଆ ସହ ଘର ତିଆରି କରିବାକୁ ରଖିଥିବା ଟଙ୍କା ଖାଇ ଦେଇଥିଲେ । ପୁଣି ଶୁକ୍ରବାର ଲକି ପ୍ରାସ୍କାଙ୍କ ଘର ସମେତ ଦୁଇଟି ଘର ଭାଙ୍ଗି ଦେଇଛନ୍ତି ।
ହାତୀ ଗର୍ଜନ ଶୁଣି ଘରୁ ଚାଲିଯାଇଥିବାରୁ ସେମାନଙ୍କ ଜୀବନ ବଞ୍ଚିଯାଇଛି । ତେବେ ସନ୍ଧ୍ୟା ହେଲେ ହାତୀ ଭୟ ଲାଗିରହିଥିବା ୱାର୍ଡ ସଭ୍ୟ କହିଛନ୍ତି । ତେବେ ୨୪ ଟିକିଆ ହାତୀ ପଲ ଅଞ୍ଚଳରେ ଗତ କିଛି ଦିନ ହେବ ଚଳପ୍ରଚଳ କରୁଥିବା ସ୍ୱୀକାର କରିବା ସହ ବିଭାଗୀୟ ଅଧିକାରୀ ଅଞ୍ଚଳରେ ହାତୀଙ୍କୁ ଟ୍ରାକିଂ କରୁଥିବା ମୁନିଗୁଡା ରେଞ୍ଜର କହିଛନ୍ତି ।
You Can Read:
କନ୍ଧମାଳରେ ୧୦୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜ ଓ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଉଦ୍ଘାଟିତ