କନ୍ଧମାଳ ୭।୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କନ୍ଧମାଳ ଗସ୍ତରେ ଆସି ସମାଜ ଉଦ୍ଦେଶ୍ୟରେ ଫୁଲବାଣୀ ସରକାରୀ ମେଡ଼ିକାଲ କଲେଜ ଲୋକାର୍ପଣ କରିଛନ୍ତି । ଯେଉଁ ମେଡ଼ିକାଲ କଲେଜରେ ପ୍ରତ୍ୟେକ ବର୍ଷ ୧୦୦ ଡାକ୍ତରୀ ଛାତ୍ରଛାତ୍ରୀ ପାଠ ପଢ଼ିବେ । ଏହାସହ ୬୫୦ ଶଯ୍ୟା ବିଶିଷ୍ଟ ଡାକ୍ତରୀ ଚିକିତ୍ସାଳୟର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ପରେ ମେଡ଼ିକାଲ କଲେଜ ସମ୍ମିଳନୀ କକ୍ଷରେ ମେଡ଼ିକାଲ କଲେଜ ଡିନ୍, ପ୍ରଫେସର, ଡାକ୍ତର-ନର୍ସ, ଷ୍ଟାଫ୍ ନର୍ସ, ଆଶା ଦିଦି ଏବଂ କର୍ମଚାରୀଙ୍କ ସହ ଏକ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ, କନ୍ଧମାଳ ପାଇଁ ଆଜି ଐତିହାସିକ ଦିନ । ଜୀବନ ଥିଲେ ରୋଗ ଅଛି, ରୋଗ ହେଲେ ନିରାକରଣ ପାଇଁ ବ୍ୟବସ୍ଥା ଅଛି । ବ୍ରହ୍ମପୁର, ଭୁବନେଶ୍ୱର, କଟକ ଯିବାପାଇଁ ପଡ଼ିବ ନାହିଁ । ଆଗକୁ ପ୍ରତ୍ୟେକ ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା ହେବ । ମେଡିକାଲ କଲେଜକୁ ସମାଜ ଉଦ୍ଦେଶ୍ୟରେ ଲୋକାର୍ପଣ କରାଯାଇଛି ।
ପରେ କରୋନେସନ ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗଦେଇ କନ୍ଧମାଳ ଜିଲ୍ଲା ପାଇଁ ୭୪୯ କୋଟିରୁ ଉର୍ଦ୍ଧ୍ବ ଅର୍ଥ ବିନିଯୋଗରେ ୧୦ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।
ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଁଙ୍ଗ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଉପସ୍ଥିତ ଥିଲେ ।
You Can Read:
ଗୋଳନ୍ଥରା ଥାନା ଅଞ୍ଚଳରେ ୨ ନାବାଳିକାଙ୍କୁ ଦୁଷ୍କର୍ମ : ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ