ନୂଆଦିଲ୍ଲୀ: ବୀର ସାବରକରଙ୍କ ୧୪୦ତମ ଜନ୍ମ ଜୟନ୍ତୀ ଅବସରରେ ରଣଦୀପ ହୁଡ୍ଡାଙ୍କ ଫିଲ୍ମ ସ୍ୱାତନ୍ତ୍ରୟ ବୀର ସାବରକରର ଟିଜର ରିଲିଜ ହୋଇଛି । ଏହି ଫିଲ୍ମରେ ରଣଦୀପ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମର ପୋଷ୍ଟର ମଧ୍ୟ କିଛି ମାସ ଆଗରୁ ଆସିଥିଲା । ଏହି ଫିଲ୍ମରେ ରଣଦୀପ ହୁଡ୍ଡା ନିର୍ଦ୍ଦେଶକ ଭାବେ ଡେବ୍ୟୁ କରୁଛନ୍ତି । ୧ ମିନିଟ୍ ୧୩ ସେକେଣ୍ଡର ଭିଡିଓରେ ସେ ନିଜ ଅଭିନୟରେ ସଭିଙ୍କୁ ପ୍ରଭାବିତ କରିଛନ୍ତି । ଭିଡିଓର ଆରମ୍ଭରେ ବୀର ସାବରକରଙ୍କ ଭୂମିକାରେ ଥିବା ରଣଦୀପ ହୁଡ୍ଡା ଜେଲ ଭିତରେ ଚାଲୁଥିବା ନଜର ଆସୁଛନ୍ତି । ବ୍ୟାକଗ୍ରାଉଣ୍ଡରେ ଶୁଣିବାକୁ ମିଳୁଛି, ସ୍ୱାଧୀନତାର ଲଢେଇ ୯୦ ବର୍ଷ ଚାଲିଲା । କିନ୍ତୁ ଏହି ଲଢେଇ କେବଳ କିଛି ଜଣ ହିଁ ଲଢିଥିଲେ ଅନ୍ୟମାନେ କ୍ଷମତାର ଭୋକିଲା ଥିଲେ ।
ଭିଡିଓରେ ଭାରତୀୟଙ୍କ ଉପରେ ଇଂରେଜଙ୍କ ଆତ୍ୟାଚାରକୁ ଦେଖାଯାଇଛି । ବ୍ୟାକଗ୍ରାଉଣ୍ଡରେ ଅଭିନେତା କହୁଛନ୍ତି, ଗାନ୍ଧୀ ଜୀ ଖରାପ ନଥିଲେ, କିନ୍ତୁ ସେ ଯଦି ନିଜ ଅହିଂସାଦାବୀ ବିଚାରଧାର ଉପରେ ଅଡି ରହି ନଥାଆନ୍ତେ ତେବେ ଭାରତ ୩୫ ବର୍ଷ ପୂର୍ବରୁ ହିଁ ସ୍ୱାଧୀନ ହୋଇସାରନ୍ତା । ସାବରକର ହିଁ ଇଂରେଜଙ୍କ ମୋଷ୍ଟ ୱାଣ୍ଟେଡ୍ ଇଣ୍ଡିଆନ୍ ଥିଲେ ବୋଲି ଟିଜରରେ ଲେଖାଯାଇଥିବା ଦେଖିବାକୁ ମିଳିଛି । ଏହାସହ ସାବରକରଙ୍କଠାରୁ ଭଗତ ସିଂ, ସୁଭାଷ ଚନ୍ଦ୍ର ବୋଷ ଏବଂ ଖୁଦୀରାମ ବୋଷ ପ୍ରେରିତ ହୋଇଥିବା କୁହାଯାଇଛି ।
{"id":793862,"width":841,"height":472,"sizeSlug":"full","linkDestination":"none"}ଟିଜରରେ ରଣଦୀପ କହୁଛନ୍ତି, 'ସୁନାର ଲଙ୍କା ମଧ୍ୟ ମୂଲ୍ୟବାନ ଥିଲା, କିନ୍ତୁ ଯଦି ବିଷୟ କାହାର ସ୍ୱାଧୀନତାର ହୁଏ ତେବେ ରାବଣର ଶାସନ ହେଉ ଅବା ବ୍ରିଟିଶ ଶାସନ ଦହନ ହେବା ନିଶ୍ଚିତ' ।
ଫିଲ୍ମକୁ ଆନନ୍ଦ ପଣ୍ଡିତ ଏବଂ ସନ୍ଦୀପ ସିଂ ନିର୍ମାଣ କରିଛନ୍ତି । ଏଥିରେ ଅଙ୍କିତା ଲୋଖଣ୍ଡେ ଏବଂ ଅମିତ ସିୟାଲ ମଧ୍ୟ ନଜର ଆସିବେ । ରଣଦୀପ ହୁଡ୍ଡା ଏବଂ ଉତ୍କର୍ଷ ନୈଥାନୀ ଏହାକୁ ଲେଖିଛନ୍ତି । ଫିଲ୍ମ ଚଳିତ ବର୍ଷ ହିଁ ବଡ଼ ପରଦାକୁ ଆସିବ ।
READ
wp:embed {"url":"https://www.prameyanews7.com/watch-blackbuck-dances-with-devotees/?_thumbnail_id=793817","type":"wp-embed","providerNameSlug":"prameya-news-7"} /wp:embed