ନୂଆଦିଲ୍ଲୀ: ନ୍ୟାୟପାଳିକାରେ ବଡ଼ ଧରଣର ଅଦଳବଦଳ । ୨୩ଟି ହାଇକୋର୍ଟର ନ୍ୟାୟଧୀଶଙ୍କୁ ଟ୍ରାନ୍ସଫର କରିବାକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ୍ କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ କେଲଜିୟମ ତଥା ଜଷ୍ଟିସ୍ ଏସକେ କୌଲ୍, ଜଷ୍ଟିସ୍ ସଞ୍ଜୀବ ଖନ୍ନା, ଜଷ୍ଟିସ୍ ବିଆର୍ ଗଓ୍ବାଇ ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଉଚ୍ଚ ଅଦାଲତ ବିଚାରପତିଙ୍କ ଅଦଳବଦଳ ପାଇଁ ସୁପାରିସ୍ କରିଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ସୁପ୍ରିମକୋର୍ଟଙ୍କ ଓ୍ବେବସାଇଟ୍ ଏନେଇ ସୂଚନା ଦିଆଯାଇଛି ।
ଆହ୍ଲାବାଦ ହାଇକୋର୍ଟ. କୋଲକାତା ହାଇକୋର୍ଟ, ଗୁଜରାଟ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ-ହରିୟାଣା, କର୍ଣ୍ଣାଟକ, ପାଟଣା ଆଦି ୨୩ ହାଇକୋର୍ଟର ବିଚାରପତି ଅଦଳବଦଳ ପାଇଁ ସୁପାରିସ୍ ହୋଇଛି ।
wp:embed {"url":"https://www.prameyanews7.com/chief-justices-says-sovereignty-of-jammu-and-kashmir-ended-after-bilayam-in-india/","type":"wp-embed","providerNameSlug":"prameya-news-7"} /wp:embedଆହ୍ଲାବାଦ ହାଇକୋର୍ଟର ୪ନ୍ୟାୟଧୀଶଙ୍କୁ ପରିବର୍ତ୍ତନ କରାଯାଇ । ଜଷ୍ଟିସ୍ ବିବେକ୍ କୁମାର ସିଂହଙ୍କୁ ମାଦ୍ରାସ ହାଇକୋର୍ଟ, ଜଷ୍ଟିସ୍ ଏସ.ପି. କେସରଓ୍ବାନୀକୁ କୋଲକାତା ହାଇକୋର୍ଟ, ଜଷ୍ଟିସ୍ ରାଜେନ୍ଦ୍ର କୁମାର ଚତୁର୍ଥଙ୍କୁ ମଧ୍ୟପ୍ରଦେଶ ଉଚ୍ଚ ଅଦାଲତ ଓ ପ୍ରକାଶ ପାଡିୟାଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟକୁ ବଦଳି ପାଇଁ ସୁପାରିସ୍ କରିଛନ୍ତି ସୁପ୍ରିମକୋର୍ଟ ।
ଗୁଜରାଟ ହାଇକୋର୍ଟର ୪ ବିଚାରପତିଙ୍କୁ ବଦଳି କରାଯାଇଛି । ଜଷ୍ଟିସ୍ ଅଳ୍ପେଶ ଓ୍ବାଇ କୋଗଜେଙ୍କୁ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ, ଜଷ୍ଟିସ୍ କୁମାରୀ ଗୀତା ଗୋପଙ୍କୁ ମାଦ୍ରାସ ହାଇକୋର୍ଟ ବଦଳି କରାଯାଇଛି । ସେହିପରି ଜଷ୍ଟିସ୍ ହେମନ୍ତ ଏମ ପ୍ରଚ୍ଛେକ, ଜଷ୍ଟିସ୍ ସମୀର ଜେ ଦେବଙ୍କୁ କ୍ରମନ୍ବୟରେ ପାଟନା ହାଇକୋର୍ଟ ଓ ରାଜସ୍ଥାନ ହାଇକୋର୍ଟକୁ ପଠାଇବାକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ୍ କରିଛନ୍ତି ।
wp:embed {"url":"https://www.prameyanews7.com/high-court-relief-for-elon-musks-x-in-case-against-centres-blocking-order1/","type":"wp-embed","providerNameSlug":"prameya-news-7"} /wp:embedପଞ୍ଜାବ-ହରିୟାଣା ଉଚ୍ଚ ଅଦାଲତର ୪ ବିଚାରପତିଙ୍କୁ ପରିବର୍ତ୍ତନ ପାଇଁ ସୁପାରିସ୍ ହୋଇଛି । ସେମାନେ ହେଲେ ଜଷ୍ଟିସ୍ ଅରବିନ୍ଦ ସିଂହ ସାଙ୍ଗାବାନ, ଜଷ୍ଟିସ୍ ଅବିନାଶ ଝିଙ୍ଗାନ, ଜଷ୍ଟିସ୍ ରାଜ ମୋହନ ସିଂହ ଓ ଜଷ୍ଟିସ୍ ଅରୁଣ ମୋଙ୍ଗାଙ୍କୁ କ୍ରମନ୍ବୟରେ ଆହ୍ଲାବାଦ, ଗୁଜରାଟ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ହାଇକୋର୍ଟକୁ ପଠାଇବାକୁ ଯୋଜନା ହୋଇଛି ।
ସେହିପରି ତେଲଙ୍ଗାନା ହାଇକୋର୍ଟର ୫ ଜଜ୍, କୋଲକାତା ଉଚ୍ଚ ଅଦାଲତର ତିନି ବିଚାରପତି, ଆନ୍ଧ୍ରପ୍ରଦେଶ ହାଇକୋର୍ଟର ଦୁଇ ଓ କର୍ଣ୍ଣାଟକ ହାଇକୋର୍ଟର ଜଣେ ବିଚାରପତିଙ୍କୁ ବଦଳି ପାଇଁ ସୁପାରିସ୍ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ ।