ପରଲୋକରେ ହିମେଶ ରେଶମିୟାଙ୍କ ବାପା, ୮୭ ବର୍ଷ ବୟସରେ ଦେହାନ୍ତ

Published By : Prameya-News7 Bureau | September 19, 2024 IST

ମୁମ୍ୱାଇ ୧୯/୦୯: ଆଉ ନାହାଁନ୍ତି ହିମେଶ ରେଶମିୟାଙ୍କ ବାପା ତଥା ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ବିପିନ ରେଶମିୟା । ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ସମସ୍ତଙ୍କର ଆଶାଥିଲା କି, ସେ ସୁସ୍ଥ ହୋଇ ଘରକୁ ଫେରିବେ, କିନ୍ତୁ ତାହା ହୋଇ ନଥିଲା । 

ସେ ସେପ୍ଟେମ୍ବର ୧୮ ରାତି ପ୍ରାୟ ୮.୩୦ ସମୟରେ ସମସ୍ତଙ୍କୁ ଛାଡି ସବୁଦିନ ପାଇଁ ଶେଷ ନିଶ୍ୱସ ତ୍ୟାଗ କରିଥିଲେ । ହିମେଶ ରେଶମିୟା ତାଙ୍କ ପିତାଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି । ସେ ତାଙ୍କ ସହିତ ଅତି ନିକଟତର ଥିଲେ । ପିତାଙ୍କ ମୃତ୍ୟୁ ପରେ ହିମେଶ ରେଶମିୟାଙ୍କ ଉପରେ ଏକ ଦୁଃଖର ପାହାଡ ଖସିପଡିଛି । 

ସୂଚନା ଥାଉକି, ହିମେଶ ରେଶମିୟାଙ୍କ ବାପା ବିପିନ ରେଶମିୟା ବାର୍ଦ୍ଧକ୍ୟ ଜନିତ ପୀଡାରେ ଥିଲେ । ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା, ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗୁରୁବାର ଜୁହୁରେ ତାଙ୍କର ଶେଷକୃତ୍ୟ କରାଯିବ। ଗୁରୁବାର ଦିନ ତାଙ୍କ ମୃତଦେହକୁ ଘରକୁ ଅଣାଯିବ। ବିପିନଙ୍କ ଅନ୍ତିମ ସଂସ୍କାର ବିଷୟରେ ସୂଚନା ଦେଇ ଫ୍ୟାଶନ ଡିଜାଇନର ବନିତା ଥାପର କହିଛନ୍ତି ଯେ ମୁଁ ବହୁତ ଦୁଃଖିତ । ମୁଁ ତଥାପି ବିଶ୍ୱାସ କରିପାରୁନି ନାହିଁ ଯେ ସେ ଆଉ ଏହି ଦୁନିଆରେ ନାହାଁନ୍ତି । ଆମର ସମ୍ପର୍କ ୨୦ ବର୍ଷ ପୁରୁଣା ଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.