ଉଦଳା ୦୩।୦୪ : ହୋଣ୍ଡା ସିଟ୍ ଚୁର୍ମାର୍ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା କଅଁରପାଳ ଗାଁରେ ଘଟିଥିବା ଏକ ଦୁର୍ଘଟଣାରେ ଦାମୀ ଗାଡ଼ି ହୋଣ୍ଡା ସିଟିଟି ଚୁର୍ମାର୍ ହୋଇଯାଇଛି ।ଯେଉଁଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି ।
ଖବର ଅନୁଯାୟୀ, ବିଳମ୍ବିତ ରାତିରେ କଅଁରପାଳ ଅଞ୍ଚଳରୁ ଉଦଳା ଅଭିମୁଖେ ଏକ ହୋଣ୍ଡା ସିଟି ଗାଡ଼ିରେ ଆସୁଥିଲେ ୪ ଯୁବକ । କଅଁରାପଳ ଗାଁ ନିକଟରେ ଥିବା ଏକ ବୁଲାଣିରେ କାର୍ଟି ଭାରସାମ୍ୟ ଓଲଟି ପଡିଥିଲା । ଦୀର୍ଘ ସମୟର ପରିଶ୍ରମ ପରେ ଯୁବକମାନଙ୍କୁ କାର୍ ଭିତରୁ ବାହାର କରିଥିଲେ ସ୍ଥାନୀୟ ଲୋକେ । ଉଦ୍ଧାର ୪ ଜଣଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବା ବେଳେ ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାସହିତ ସ୍ଥାନୀୟ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅନ୍ୟପଟେ ସ୍ଥାନୀୟ ଲୋକଙ୍କ ମତରେ , କାର୍ଟି ଦ୍ରୁତ ଗତିରେ ଆସୁଥିଲେ । ସେଥିପାଇଁ ଏହି ଦୁର୍ଘଟଣାର ଶିକାର ହୋଇଛି । ଗାଡ଼ିଟି ପ୍ରଥମେ ଏକ ଗଛରେ ପିଟି ହୋଇଥିଲା, ଏହାପରେ ରାସ୍ତାକଡ଼କୁ ଓଲଟିପଡିଥିଲା ।