ସପ୍ତାହରେ କେତେ ଥର ସାମ୍ପୁ କରିବା ଉଚିତ୍ ? ଜାଣନ୍ତୁ ବିଶେଷଜ୍ଞଙ୍କ ମତାମତ

Published By : Prameya-News7 Bureau | February 17, 2025 IST

କେଶକୁ ସଫା ଏବଂ ସୁସ୍ଥ ରଖିବା ପାଇଁ ସାମ୍ପୁ କରିବା ନିହାତି ଜରୁରୀ । ହେଲେ କେତେ ଥର ସାମ୍ପୁ କରିବା ଉଚିତ୍‌ । ଏହି ପ୍ରଶ୍ନର ଜବାବ୍‌ ସମସ୍ତଙ୍କ ପାଇଁ ଭିନ୍ନ ହୋଇଥାଏ। ବିଶେଷଜ୍ଞଙ୍କ ମତରେ, ସାମ୍ପୁ ବ୍ୟବହାର ଅଭ୍ୟାସ ଆପଣଙ୍କ କେଶର ପ୍ରକାର, ଆପଣଙ୍କ କେଶର ମୁଳ ସ୍ଥିତି ଏବଂ ଆପଣଙ୍କ ଜୀବନଶୈଳୀ ଉପରେ ନିର୍ଭର କରେ। ଏହା ସମସ୍ତଙ୍କ ପାଇଁ ଭିନ୍ନ ହୋଇପାରେ। କେବେ ଏବଂ କିପରି କେଶକୁ ସାମ୍ପୁ କରିବେ ତାହା ଜାଣିବା ପାଇଁ, କିଛି ବିଶେଷ କଥା ଜାଣିବା।

କେଶର ପ୍ରକାର ଅନୁସାରେ ସାମ୍ପୁ

ତେଲିଆ କେଶ-ଯେଉଁମାନଙ୍କର ତେଲିଆ କେଶ ଅଛି। ସେମାନଙ୍କୁ ପ୍ରତିଦିନ କିମ୍ଵା ଦୁଇ ଦିନ ଛାଡି ସାମ୍ପୁ କରିବା ଉଚିତ୍‌ । ତେଲିଆ କେଶରେ ଧୂଳି ଏବଂ ମଇଳା ଶୀଘ୍ର ଜମା ହୁଏ। ଯାହା ଫଳରେ କେଶ ଚିପିଚିପି ଦେଖାଯାଏ।

ସାଧାରଣ କେଶ-ସାଧାରଣ କେଶ ଥିବା ଲୋକମାନେ ପ୍ରତି ଦୁଇରୁ ତିନି ଦିନରେ ସାମ୍ପୁ କରିପାରିବେ। ସାଧାରଣ କେଶରେ ନା ଅଧିକ ତେଲ ଥାଏ ନା ଅଧିକ ଶୁଷ୍କତା ଥାଏ।

ଶୁଷ୍କ କେଶ-ଶୁଷ୍କ କେଶ ଥିବା ଲୋକମାନେ ସପ୍ତାହରେ ଥରେ କିମ୍ବା ଦୁଇଥର ସାମ୍ପୁ କରିବା ଉଚିତ। ଶୁଷ୍କ କେଶରେ ଆର୍ଦ୍ରତାର ଅଭାବ ଥାଏ। ତେଣୁ ବାରମ୍ବାର ସାମ୍ପୁ କରିବା ଦ୍ୱାରା କେଶ ଆହୁରି ଶୁଷ୍କ  ହୋଇପାରେ।

ମିଶ୍ରିତ କେଶ-ମିଶ୍ରିତ କେଶ ଥିବା ଲୋକମାନେ ନିଜ କେଶର ପ୍ରକାର ଅନୁସାରେ ସାମ୍ପୁ କରିବା ଉଚିତ। ଯଦି ଆପଣଙ୍କ କେଶ ମୂଳରେ ତେଲିଆ ଏବଂ ଶେଷ ଭାଗରେ ଶୁଷ୍କ, ତେବେ ଆପଣ ତେଲିଆ କେଶ ପାଇଁ ସାମ୍ପୁ ବ୍ୟବହାର କରିପାରିବେ ଏବଂ ଶେଷ ଭାଗରେ କଣ୍ଡିସନର ଲଗାଇପାରିବେ।

ସାମ୍ପୁ ବାଛିବାର ସଠିକ୍ ଉପାୟ

ସାମ୍ପୁ ବାଛିବା ପୂର୍ବରୁ, ଆପଣଙ୍କୁ ଆପଣଙ୍କ ମୁଣ୍ଡର ପ୍ରକୃତି ବିଷୟରେ ଜାଣିବା ଆବଶ୍ୟକ। ଯଦି ଆପଣଙ୍କ କେଶର ମୂଳ ସମ୍ବେଦନଶୀଳ, ତେବେ ଆପଣ ଏକ ସୁଗନ୍ଧମୁକ୍ତ ସାମ୍ପୁ ବ୍ୟବହାର କରିପାରିବେ। ଅନ୍ୟପକ୍ଷରେ, ଯଦି ଆପଣଙ୍କର ମୁଣ୍ଡରେ ବହୁତ ରୁପି ସମସ୍ୟା ଅଛି। ତେବେ ଆଣ୍ଟି-ଡ୍ୟାଣ୍ଡ୍ରଫ୍ ସାମ୍ପୁ ବ୍ୟବହାର କରିବା ଆପଣଙ୍କ କେଶ ପାଇଁ ଲାଭଦାୟକ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.