କିପରି ୫୫ କିଲୋ ଓଜନ ହ୍ରାସ କଲେ ରାମ କପୁର, କହିଲେ-ଶର୍ଟକଟ୍ ଅଛି…

Published By : Prameya-News7 Bureau | July 10, 2025 IST

ନୂଆଦିଲ୍ଲୀ ୧୦।୦୭; ବର୍ତ୍ତମାନ ନିଜ ଫିଟ୍‌ନେସ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି  ଲୋକପ୍ରିୟ ଟେଲିଭିଜନ ଅଭିନେତା ରାମ କପୁର । କାରଣ ଇତିମଧ୍ୟରେ ରାମ କପୁର ୫୫କିଲୋ ଓଜନ ହ୍ରାସ କରି ବେଶ ଫିଟ୍‌ ଦେଖାଯାଉଛନ୍ତି । ତେବେ ଓଜନ ହ୍ରାସ କରିବା ପୂର୍ବରୁ ଓ ଓଜନ ହ୍ରାସ କରିବା ସମୟରେ ରାମ କପୁରଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା ବୋଲି ଅଭିନେତା ନିଜେ ସ୍ବୀକାର ବି କରିଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ ରାମ କପୁର ନିଜର ଓଜନ ହ୍ରାସ ଯାତ୍ରାକୁ ବଖାଣି କହିଛନ୍ତି, ‘ଡାକ୍ତର ମୋ ସ୍ବାସ୍ଥ୍ୟ ଓ ବଢ଼ୁଥିବା ଓଜନକୁ ନେଇ ସଚେତନ କରାଇ ଦେଇଥିଲେ କି ଯଦି ଆଗାମୀ ଦିନରେ ମୁଁ ଓଜନ ହ୍ରାସ ନକରେ  ତେବେ ମୋ ଜୀବନ ପ୍ରତି ବିପଦ ରହିଛି ।

ଏହି ଓଜନ ହ୍ରାସ ଯାତ୍ରା ସମୟରେ, ରାମ କପୁର ଦିନକୁ କେବଳ ୨ଟି ଖାଦ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଯେଉଁଥିରେ ପ୍ରଥମ ଖାଦ୍ୟ ସକାଳ ୧୦.୩୦ ରେ ଏବଂ ଦ୍ୱିତୀୟ ଖାଦ୍ୟ ସନ୍ଧ୍ୟା ୬.୩୦ରେ ଗ୍ରହଣ କରାଯିବାର ଥିଲା।  ପରଦିନ ଡିନର ଏବଂ ଜଳଖିଆ ମଧ୍ୟରେ ପ୍ରାୟ ୧୫-୧୬ ଘଣ୍ଟାର ବ୍ୟବଧାନ ଥାଏ। ଯାହାକୁ ଇଣ୍ଟରମିଣ୍ଟେନ୍‌ କୁହାଯାଏ। ଏହା ଓଜନ ହ୍ରାସ କରିବାର ଏକ ସୁସ୍ଥ ଏବଂ ପ୍ରଭାବଶାଳୀ ଉପାୟ। ରାମ କପୁରଙ୍କ ଅନୁସାରେ, ସେ ଆଜିକାଲି ଖାଦ୍ୟରୁ ଦୂରେଇ ରହୁଛନ୍ତି। ସେ ଦିନର ଦୁଇଟି ଖାଦ୍ୟ ମଧ୍ୟରେ କେବଳ ପାଣି ଏବଂ କଫି ନେଉଥିଲେ। ସନ୍ଧ୍ୟା ଭୋଜନ ପରେ, ସେ (ପାଣି ବ୍ୟତୀତ) କିଛି ଖାଇବା ଏବଂ ପିଇବାକୁ ସମ୍ପୂର୍ଣ୍ଣ ଭାବରେ ଏଡ଼ାଇ ଦେଉଥିଲେ।

ଏମିତି ବି ଦିନ ଥିଲା ଯେତେବେଳେ ରାମ କପୁରଙ୍କ  ଓଜନ ୧୪୦କିଲୋ ହୋଇଯାଇଥିଲା । ଖାଇବା ପୂର୍ବରୁ ଦିନରେ ତିନିଥର ଇନସ୍ୟୁଲିନ ନେଉଥିଲେ । କୌଣସି ମୁହୂର୍ତ୍ତରେ ଡାଇବେଟିକ ଷ୍ଟ୍ରୋକ୍‌ ହେବାର ଆଶଙ୍କା ରହିଥିଲା । ତେଣୁ ଡାକ୍ତରଙ୍କ ଚେତାବନୀ ପରେ ସେ ଧୀରେଧୀରେ ନିଜ ଜୀବନଶୈଳୀ ପରିବର୍ତ୍ତନ କରିବାକୁ ସ୍ଥିର କରିଥିଲେ । ଓଜନ ହ୍ରାସ କରିବା ଦିଗରେ ଦୃଢ଼ ସଂକଳ୍ପ ନେଇଥିଲେ ରାମ କପୁର । ଯାହାର ଫଳାଫଳ ଆଜି ସମସ୍ତଙ୍କ ସାମ୍ନାରେ ଅଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.