ମୁମ୍ୱାଇ – ବଲିଉଡ୍ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ ’ ଏହି ସମୟରେ ଚର୍ଚ୍ଚାରେ ରହିଛି। ଫିଲ୍ମରେ ରଣବୀର କପୁର ଭଗବାନ ଶ୍ରୀରାମ, ସାଇ ପଲ୍ଲବୀ ମାତା ସୀତା ଓ ୟଶ ରାବଣ ଭୂମିକାରେ ନଜର ଆସିବେ। ଫିଲ୍ମରେ ରାମ ଭକ୍ତ ହନୁମାନଙ୍କ ରୋଲ୍ରେ ସନି ଦେଓଲ ଅଛନ୍ତି। ନିକଟରେ ରାମାୟଣର ଇଣ୍ଟ୍ରୋଡକ୍ସନ ଭିଡ଼ିଓ ରିଲିଜ ହୋଇଛି, ଯାହାକୁ ପ୍ରଶଂସକ ଖୁବ୍ ପସନ୍ଦ କରିଛନ୍ତି। ସମସ୍ତେ ଫିଲ୍ମର ଭିଜୁଆଲ୍ସ ଓ ଷ୍ଟାରକାଷ୍ଟର ଖୁବ୍ ପ୍ରଶଂସା କରିଛନ୍ତି। ନିତେଶ ତିୱାରୀ ନିର୍ଦ୍ଦେଶିତ ‘ରାମାୟଣ’କୁ ଅପେକ୍ଷା କରିଛନ୍ତି। ଏହି ମଧ୍ୟରେ ଏବେ ଫିଲ୍ମରେ ସନି ଦେଓଲଙ୍କର ସ୍କ୍ରିନ୍ ଟାଇମ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି।
ଇଣ୍ଡିଆ ଟୁଡେ ସୂତ୍ରାନୁସାରେ, ରାମାୟଣର ଦୁଇଟି ପାର୍ଟ୍ସ ଆସିବ ଏବଂ ସନି ଦେଓଲଙ୍କର ଦୁଇ ଭାଗରେ ଗୁରୁତ୍ତ୍ୱପୂର୍ଣ୍ଣ ଅଂଶ ରହିଛି। ରିପୋର୍ଟରେ କୁହାଯାଉଛି ଯେ ରାମାୟଣ ପାର୍ଟ -୧ରେ ସନି ଦେଓଲ କେବଳ ୧୫ ମିନିଟ୍ ପାଇଁ ପରଦାରେ ନଜର ଆସିବେ। ଫିଲ୍ମର ପ୍ରଥମ ଭାଗରେ ସନିଙ୍କର ସ୍କ୍ରିନ୍ ଟାଇମ୍ ଯଦିଓ କମ୍ ଅଛି, କିନ୍ତୁ ତାଙ୍କର ରୋଲ୍ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ ରହିଛି। କଥିତ ଭାବେ ଫିଲ୍ମରେ ହନୁମାନଙ୍କର ଏଣ୍ଟ୍ରି ସହ ପାର୍ଟ-୧ ସମାପ୍ତ ହେବ, ଯାହା ଭଗବାନ ରାମ ଓ ଲକ୍ଷ୍ମଣଙ୍କୁ ଦେବୀ ସୀତାଙ୍କୁ ରାବଣ ଠାରୁ ଉଦ୍ଧାର କରିବାରେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି।
ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ‘ରାମାୟଣ’ ୨୦୨୬ର ଦିପାବଳୀରେ ଫିଲ୍ମ ହଲରେ ରିଲିଜ ହେବ। ଫିଲ୍ମର ଦ୍ୱିତୀୟ ଭାଗ ୨୦୨୭ର ଦିପାବଳୀରେ ରିଲିଜ ହେବ। କହି ରଖୁଛୁ କି, ୩ ଜୁଲାଇରେ ମେକର୍ସ ରାମାୟଣର ଟିଜର ଜାରି କରିଥିଲେ। ଏହି ଟିଜରର ଶେଷରେ ରଣବୀର କପୁର ଓ ୟଶଙ୍କ ଏକ ଝଲକ ଦେଖାଯାଇ ଥିଲା। ଏହି ଟିଜର ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଏକ୍ସାଇଟମେଣ୍ଟ ଆହୁରି ବଢାଇ ଦେଇଛି। ଫିଲ୍ମରେ ଲକ୍ଷ୍ମଣଙ୍କ ଭୂମିକା ଟିଭି ଅଭିନେତା ରବି ଦୁବେ କରୁଛନ୍ତି।