ଭୁବନେଶ୍ୱର ୧୨/୦୭: ସରିଲା କ୍ୟାରିୟର, ଆଉ ନିର୍ବାଚନ ଲଢ଼ିବେନି ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ । ଘୋଷଣା କରିଛନ୍ତି ନିଜେ ସାଂସଦ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲ୍ଙ୍କ ବୟାନ । ସେ କହିଛନ୍ତି ଗତ ନିର୍ବାଚନ ବେଳେ ଘୋଷଣା କରିଛି MP,MLA ପାଇଁ ଲଢ଼ିବି ନାହିଁ ।
କିନ୍ତୁ ଦଳରେ ରହି ସବୁ କାମ କରିବି ବୋଲି ସେ କହିଛନ୍ତି । ଯୁବପିଢିଙ୍କ ପାଇଁ ବାଟ ଛାଡିଦେବି । ଦଳୀୟ ସଂଗଠନ ପାଇଁ ଆଗକୁ କାମ କରିବି । ମୋ ଜୀବନରେ ପଶ୍ଚାତାପ ବୋଲି କିଛି ଆସିବ ନାହିଁ । ମୁଁ ସମ୍ପୂର୍ଣ୍ଣ ସନ୍ତୁଷ୍ଟ, ଦିଆଯାଇଥିବା ଦାୟିତ୍ୱ ଠିକ୍ରେ ନିର୍ବାହ କରିଛି ।
ସେ ଆହୁରି କହିଛନ୍ତି ଯଦି ଦଳ କହିବ ମୁଁ ରାଜ୍ୟପାଳ ହେବି l ପାର୍ଟି ପାଇଁ କାମ କରିବି l ଆଗାମୀ ସମୟରେ ନୂତନ ଯୁବ ପିଢ଼ି କୁ ସୁଯୋଗ ଦିଆଯାଉ । ରାଜ୍ୟ ସଭାରେ ନହେଲେ ରାଜ୍ୟପାଳ ହୋଇପାରିବି । ଦଳ ତାହା ନିଷ୍ପତ୍ତି ନେବ । ଏହାର ମୋର ବ୍ୟକ୍ତି ଗତ ନିଷ୍ପତ୍ତି । ଦଳ ଯଦି କହିବ ନିର୍ବାଚନ ଲଢିବି ବୋଲି କହିଛନ୍ତି ।
କହିବାକୁ ଗଲେ ଜୁଏଲ ଓରାମ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ । ୨୦୧୪, ୨୦୧୯ ଓ ୨୦୨୪ ମସିହାର ଭାରତୀୟ ସାଧାରଣ ନିର୍ବାଚନରେ ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି ଏବଂ ପୂର୍ବରୁ ଜଣେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଜୁଏଲ ଓରାମ ।