କୁବେର ଏସିଏଫ୍‌ଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା, ଚଢାଉ ବେଳେ ନଗଦ ସାଢେ ୧୪ ଲକ୍ଷ ଟଙ୍କା ଠାବ

Published By : Prameya-News7 Bureau | December 06, 2024 IST

ଭୁବନେଶ୍ୱର ୦୬/୧୨: କୋଟିପତି ଏସିଏଫଙ୍କ ଘରେ ପୁଳା ପୁଳା ଟଙ୍କା । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ ରେବତୀ ରମଣ ଯୋଶୀ ଭିଜିଲାନ୍ସ ହାବୁଡରେ ପଡିବା ପରେ ଚାଲିଛି ଜୋରଦାର ଚଢାଉ । ଏସସିଏଫ ରେବତୀ ରମଣ ଯୋଶୀଙ୍କ ଏକକାଳୀନ ୯ଟି ସ୍ଥାନରେ ଚାଲିଛି ରେଡ୍ । ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ରେଡ୍ କରାଯାଉଛି । ତେବେ ଚଢାଉ ବେଳେ ବାବୁଙ୍କ ସରକାରୀ ବାସଭବନରୁ ମିଳିଛି ନଗଦ ସାଢ଼େ ୧୪ ଲକ୍ଷ ଟଙ୍କା । 

ସମ୍ବଲପୁରର ୭ଟି ଓ ବରଗଡ଼ର ୨ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ସମ୍ବଲପୁରରେ ଥିବା ରେବତୀ ରମଣଙ୍କ ଅଫିସ୍, ଡିୟର ପାର୍କ ନିକଟରେ ଥିବା ସରକାରୀ କ୍ବାର୍ଟରେ ରେଡ୍ ଚାଲିଛି । ଅଇଁଠାପାଲି ସ୍ଥିତ ତିନି ମହଲା ଘର, ଚର୍ଚ୍ଚ ଛକ ନିକଟରେ ଥିବା ଫ୍ଲାଟରେ ଯାଂଚ କରୁଛି ଭିଜିଲାନ୍ସ । 

ବ୍ରଜଧାମ ହାଉସିଂ ସୋସାଇଟିରେ ଥିବା ଘର, ସିଟି ପ୍ରାଇଡ୍ ଆପାର୍ଟମେଣ୍ଟରେ ଥିବା ଫ୍ଲାଟରେ ମଧ୍ୟ ଚଢାଉ କରାଯାଉଛି । ସମ୍ବଲପୁର ମଲ୍ଲିପାଲିରେ ଥିବା କୋଠାରେ ମଧ୍ୟ ପହଞ୍ଚିଛନ୍ତି ଭିଜିଲାନ୍ସ ଅଧିକାରୀ । ସେହିପରି ବରଗଡ଼ ପଦ୍ମପୁରରେ ଥିବା ଘର ଓ ବିଜେପୁର ବଳନ୍ଦାରେ ଥିବା ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢାଉ କରୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.