ତିର୍ତ୍ତୋଲ ଓ ମାହାଙ୍ଗା ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗୋ-ମାଂସ ଜବତ : ୩ ଅଟକ, ଜଣେ ଫେରାର

Published By : Prameya-News7 Bureau | June 07, 2025 IST

ଜଗତସିଂହପୁର ୭ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଇବ୍ରିସଂ ପଞ୍ଚାୟତ ବଡ଼ମଠ ଗାଁ ନିକଟରୁ ବିପୁଳ ପରିମାଣର ଗୋ-ମାଂସ ଜବତ ହୋଇଛି । ତିର୍ତ୍ତୋଲ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗୋ-ମାଂସ ଜବତ କରିଛି । ଏହାସହ ଏଥିରେ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି । ଏହି ଗାଁ ନିକଟରେ ଗୋ-ମାଂସ କଟା ହେଉଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ସହ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ତିର୍ତ୍ତୋଲ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କଟାଯାଉଥିବା ଗୋ-ମାଂସକୁ ଜବତ   କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଏଠାରେ ଗୋ-ମାଂସ କାଟିବା ବନ୍ଦ ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

ସେପଟେ, କଟକ ଜିଲ୍ଲା ମାହାଙ୍ଗା ଥାନା ବାସୁଦେବପୁର ପଞ୍ଚାୟତର ବରଅଠା ଗ୍ରାମରେ ବେଆଇନ ଭାବେ ଗୋ-ହତ୍ୟା କରି ଗୋମାଂସକୁ ବାହାରକୁ ଚାଲାଣ କରୁଥିବା ସମୟରେ ବଜରଙ୍ଗ ଦଳର ସଦସ୍ୟ ମାନେ ମାହାଙ୍ଗା ଥାନାକୁ ଏ ନେଇ ଖବର ଦେଇଥିଲେ । ଘଟଣାସ୍ଥଳରେ ମାହାଙ୍ଗା ପୋଲିସ ପହଞ୍ଚି ୧ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗୋ-ମାଂସ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି । ଅନେକ ସମୟରେ ଏହି ଅଞ୍ଚଳରେ ଗୋ-ମାଂସ ବାହାରକୁ ଚାଲାଣ କରାଯାଇଥାଏ । କେବଳ ମାହାଙ୍ଗା ନୁହେଁ ସାଲେପୁର, ନିଶ୍ଚିନ୍ତକୋଇଲିରେ ମଧ୍ୟ ଏହି ଗୋ-ମାଂସକୁ ଅବାଧ ଉପାୟରେ କଟାଯାଇ ଚାଲାଣ କରାଯାଏ । ଘଟଣାସ୍ଥଳରେ ମାହାଙ୍ଗା ଆଇଆଇସି, ତହସିଲଦାର ଉପସ୍ଥିତ ରହି ଗୋ-ମାଂସ ଜବତ କରି ପ୍ରକୃତ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଏହି ଅଞ୍ଚଳରେ ବିଗତ ଦିନରେ ବେଆଇନ ଭାବରେ ଅନେକ ଗୋ-ମାଂସ ଚାଲାଣ ହେବାର ଅଭିଯୋଗ ହୋଇଆସୁଥିବା ବେଳେ ଏବେ ମାହାଙ୍ଗା ପୋଲିସ ଏହାକୁ ଗୁରୁତର ଭାବେ ନେଇ ତଦନ୍ତ ଚଳାଇଛନ୍ତି । ଏହି ଗୋ-ମାଫିଆ ମାନକୁ ତୁରନ୍ତ ଗିରଫ କରିବାକୁ ସାଧାରଣରେ ଦାବି ହୋଇଛି । 

You Can Read:

ରାୟଗଡ଼ାରେ ହାତୀ ପଲଙ୍କ ଆତଙ୍କ, ଘର ଭାଙ୍ଗି ଧାନ ଚାଉଳ ସହ ଖାଇଗଲେ ନଗଦ ୮୦ହଜାର ଟଙ୍କା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.