କେନ୍ଦୁଝର ୧୮।୫: କେନ୍ଦୁଝରରେ ସ୍ତ୍ରୀର ଓଢ଼ଣୀକୁ ବେକରେ ଫାସ ଲଗାଇ ସ୍ୱାମୀ ଆତ୍ମହତ୍ୟା କରିଛନ୍ତି । ରବିବାର ଦିନ ପ୍ରାୟ ୧୦ଟା ସମୟରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ସହରର ଧୋବାଡିହା ମାଝିସାହିରେ । କେନ୍ଦୁଝର ରାଜନଗର ଅଞ୍ଚଳର ସୌମ୍ୟରଞ୍ଜନ ବେହେରା ମୁଖ୍ୟ ଚିକିତ୍ସାଳୟରେ ସିକ୍ୟୁରିଟି ଭାବରେ କାମ କରୁଥିବା ବେଳେ ଏହି ମାଝିସାହିରେ ଘରଭଡା ନେଇ ସପରିବାରେ ରହୁଥିଲେ ।
ସୂଚନାଯୋଗ୍ୟ ଯେ, ରବିବାର ସକାଳେ ସୌମ୍ୟ ଡ୍ୟୁଟିରୁ ଫେରିବା ପରେ ନିଜ ରୁମ୍କୁ ଯାଇ କିଛି ସମୟ ପରେ ପୁଅକୁ ବାଏ କହିଥିଲେ I ଏହା ଶୁଣି ତାଙ୍କ ସ୍ତ୍ରୀ କାହିକି ସୌମ୍ୟ ବାଏ କହିଲେ ଭାବି ରୁମ୍ ଭିତରକୁ ଯାଇଥିଲେ I ସେତେବେଳକୁ ସୌମ୍ୟ ତାଙ୍କ ଓଢଣୀକୁ ଘରର ଲୁହା ଶେଣୀରେ ଫାସ ଲଗାଇ ଝୁଲି ସାରିଥିଲେ । ସେ ସଙ୍ଗେ ସଙ୍ଗେ ପାଟି କରି ସାହି ପଡ଼ିଶାଙ୍କୁ ଡାକିଥିଲେ । ହେଲେ ସେତେବେଳକୁ ସବୁ ଶେଷ ହୋଇ ସାରିଥିଲା । ଖବର ପାଇ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମୃତ୍ୟୁର କାରଣ ଖୋଜୁଛି ।
You Can Read:
CRPF ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ