ପାଟଣାଗଡ଼ ୧୮।୫: ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଗ୍ରାମରେ CRPF ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ CRPF ଯବାନ ହେଲେ ଘସିଏନ ଗାଁ ଦୁଲ୍ଲଭ ଭୋଇଙ୍କ ପୁଅ ଭକ୍ତରାମ ଭୋଇ । ଭକ୍ତରାମ ଝାଡ଼ଖଣ୍ଡରେ କାର୍ଯ୍ୟରତ ଥିବାବେଳେ ଘରକୁ ଛୁଟିରେ ଆସିଥିବା ବେଳେ ଘଟିଛି ଅଘଟଣ ।
ଗତ ୧୬ ତାରିଖରେ ନିଜ କାର୍ଯ୍ୟସ୍ଥଳୀକୁ ବାହାରିଥିବା ବେଳେ କେହି ଜଣେ ଫୋନ୍ କରି ଡ଼ାକିଥିବା ବେଳେ ସେତେବେଳୁ ନିଖୋଜ ଥିଲେ ।ପରିବାର ତରଫରୁ ଶନିବାର ନିଖୋଜ ମାମଲା ରୁଜୁ ହୋଇଥିଲା । ରବିବାର ସକାଳୁ ଗ୍ରାମବାସୀ ଶୌଚ ହେବା ପାଇଁ ଯାଇଥିବା ବେଳେ ଗ୍ରାମ ନିକଟରେ ଗୋଟିଏ ଲିମ୍ବ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ପରିବାରକୁ ଖବର ଦେଇଥିଲେ । ମୃତଦେହର ଆଣ୍ଠୁ ତଳେ ଲାଗିଥିବାରୁ ପରିବାର ଲୋକ ଆତ୍ମହତ୍ୟାକୁ ବିଶ୍ୱାସ କରିପାରୁନଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର । ପୂର୍ବରୁ ପ୍ରେମ ସମ୍ପର୍କ ନେଇ ହତ୍ୟା ଧମକ ଦିଆଯାଉଥିବାରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି କହିଛନ୍ତି ମୃତକଙ୍କ ବାପ ଦୁଲ୍ଲବ ଭୋଇ ।
You Can Read:
ଏମିତି ସାଙ୍ଗ ଜଗତେ ନାହିଁ, ବନ୍ଧୁର ଜୀବନ ବଞ୍ଚାଇବାକୁ ଯାଇ ଚାଲିଗଲା ନିଜ ପ୍ରାଣ