ଭୁବନେଶ୍ୱର ୦୩।୦୬ : ଶଙ୍ଖ ଭବନରେ ବିଜେଡିର ବଡ଼ ବୈଠକ । ଏହି ବୈଠକରେ ବିଜେଡ଼ି ବହୁ ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, ଆଉ ଦିନ କେଇଟା ପରେ ରାଜ୍ୟରେ ବିଜେପି ସରକାରକୁ ଏକ ବର୍ଷ ପୁରିବ । ଯାହାକୁ ଦୃଷ୍ଟିରେ ଶଙ୍ଖ ଭବନରେ ବିଜୁ ଜନତା ଦଳ ପକ୍ଷରୁ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ସରକାରଙ୍କୁ କିପରି ଟାର୍ଗେଟ କରାଯିବ , ସେନେଇ ରଣନୀତି ପ୍ରସ୍ତୁତ କରାଯାଉଥିବାର ସୂଚନା ମିଳିଛି । ତେବେ ମଙ୍ଗଳବାର ଦିନ ଦଳୀୟ କାର୍ଯ୍ୟାଳୟରେ ବସିଥିବା ବୈଠକରେ ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ପ୍ରତାପ ଜେନାଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି ।