‘ପଡୋଶୀଙ୍କ ପ୍ଲାନରେ ସଫଳ ହେବ କି ଅଷ୍ଟ୍ରେଲିଆ; କୋହଲିଙ୍କ ରନ୍ ମେସିନରେ ଲାଗିବ ବିରାଟ୍ ବ୍ରେକ୍ ?

Published By : Prameya-News7 Bureau | November 19, 2024 IST

ମୁମ୍ବାଇ: ନଭେମ୍ବର ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବର୍ଡର-ଗାଭାସ୍କାର ଟ୍ରଫି । ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ । ଏହା ପୂର୍ବରୁ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ବିରାଟ୍ ଅଷ୍ଟ୍ରେଲିଆରେ ପହଞ୍ଚିବା ପର ଠାରୁ ଅଷ୍ଟ୍ରେଲିଆ ମିଡିଆ ତାଙ୍କ ପଛରେ ପଡ଼ିଯାଇଛି । ଏହାର କାରଣ ହେଉଛି ଘରୋଇ କଙ୍ଗାରୁ ଦଳ ବିପକ୍ଷରେ କୋହିଲଙ୍କ ରହିଛି ବିରାଟ୍ ରେକର୍ଡ । ଏହାକୁ ନଜରରେ ରଖି ଚିନ୍ତାରେ ପଡ଼ିଯାଇଛି ଟିମ୍ ଅଷ୍ଟ୍ରେଲିଆ । ରନ ମେସିନ୍ ଙ୍କ ବ୍ୟାଟରୁ ବାହାରି ବାକୁଥିବା ପ୍ରତ୍ୟେକ ରନ୍ ଘରୋଇ ଦଳର ଟେନସନ ବଢ଼ାଇବ । 

ଭାରତୀୟ ଦଳର ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର ଅଷ୍ଟ୍ରେଲିଆକୁ ବିରାଟଙ୍କୁ ଅଟକାଇବା ପାଇଁ ପ୍ଲାନ୍ କହିଛନ୍ତି । ସେ କହିଛନ୍ତି, ଅଷ୍ଟ୍ରେଲିଆ ଦଳର ପଡୋଶୀ ନ୍ୟୁଜିଲାଣ୍ଡ ପ୍ଲାନ୍ ନେଇ ଘରୋଇ କଙ୍ଗାରୁ କିଙ୍ଗ୍ କୋହଲିଙ୍କୁ ଘେରିପାରିବ । ସେ କହିଛନ୍ତି, ବିରାଟ୍ କୋହିଲଙ୍କୁ ମଧ୍ୟ ଅଷ୍ଟ୍ରେଲିଆ ଟିମର ପୂର୍ବ ପ୍ଲାନ ଜଣା ଅଛି । ତେଣୁ ସେ ମଧ୍ୟ ସତର୍କତାର ସହିତ ଖେଳିବେ । ସେ ଆଉଟ୍ ସାଇଟ୍ ଅଫ୍ ଷ୍ଟମ୍ପରେ ଖେଳିବାକୁ ଚେଷ୍ଟା କରିବେ । କିଛି ଦିନ ହେଲା ବିରାଟ କୋହଲି ଅଫ୍ ଷ୍ଟମ୍ପ ବଲକୁ ଖେଳିବାକୁ ଚେଷ୍ଟା କରି ବୋଲରଙ୍କ ଶିକାର ହେଉଛନ୍ତି । ତେଣୁ ତାଙ୍କୁ ଆଉଟ୍ ସାଇଟ୍ ଅଫ୍ ଷ୍ଟମ୍ପ ବଲକୁ ଖେଳିବା ବଦଳରେ ଛାଡ଼ିବା ଭଲ । ଅଷ୍ଟ୍ରେଲିଆ ବୋଲର କୋହଲିଙ୍କୁ ରୁମ୍ ନଦେଇ ତାଙ୍କ ଶୀରରକୁ ଆଟାକ୍ କରିବା ଦରକାର । ଏହି ପ୍ଲାନରେ ନ୍ୟୁଜିଲାଣ୍ଡ ଟିମ୍ ବିରାଟକୁ କ୍ରିଜରେ ବାନ୍ଧିକି ରଖିଥିଲା । ତେଣୁ ବିରାଟଙ୍କୁ ଆଉଟ୍ ସାଇଟ୍ ଅଫ୍ ଷ୍ଟମ୍ପରେ ଖେଳାଇବା ଜରୁରୀ ବୋଲି ସଞ୍ଜୟ ମାଞ୍ଜରେକର କହିଛନ୍ତି ।

 ବର୍ତ୍ତମାନ ସମୟରେ ବିରାଟ କୋହିଲ ଫର୍ମ ଲେସ୍ ରହିଛନ୍ତି । ସେ ଗତ ୬୦ ଟେଷ୍ଟ ଇନିଂସରେ କେବଳ ୨ଟି ଶତକ ଏବଂ ୧୧ଟି ଅର୍ଦ୍ଧଶତକ ମାରିଛନ୍ତି । ଚଳିତ ବର୍ଷା ଖେଳିଥିବା ୬ ଟେଷ୍ଟ ମ୍ୟାଚରୁ ମାତ୍ର ୨୨.୭୨ ହାରରେ ରନ ସଂଗ୍ରହ କରିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.