ନୂଆଦିଲ୍ଲୀ ୧୫।୦୮; ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଛି ସାରା ଦେଶ । ଲାଲ୍କିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରତ୍ୟକଥର ଦେଶବାସୀଙ୍କ ହୃଦୟ ଜିତିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୋଷାକ ଓ ପଗଡି । ଏଥର ମଧ୍ୟ କିଛି ଏପରି ଭାବେ ମୋଦୀ ନଜର ଆସ ରାଜସ୍ଥାନର ଏକ ସ୍ୱତନ୍ତ୍ର ବାନ୍ଧଣୀ ଡିଜାଇନ୍ ପଗଡି ପିନ୍ଧିଛନ୍ତି । ଯେଉଁଥିରେ ନାଲି, ହଳଦିଆ, ସବୁଜ ପରି ଅନେକ ରଙ୍ଗ ରହିଛି । ଆସନ୍ତୁ ନଜର ପକାଇବା ୨୦୧୪ରୁ ୨୦୨୩ ପର୍ଯ୍ୟନ୍ତ ପିଏମଙ୍କ ପୋଷାକ ଏବଂ ପଗଡି ଉପରେ...
{"id":831159,"sizeSlug":"full","linkDestination":"none"}୨୦୨୨ରେ ମୋଦୀ ଏକ ତ୍ରିରଙ୍ଗା ରଙ୍ଗର ପଗଡି ବାନ୍ଧିଥିଲେ । ଯେଉଁଥିରେ ତିନୋଟି ରଙ୍ଗ ଥିବା ନଜର ଆସିଥିଲା । ପିଏମ ମୋଦୀ ଧଳା କୁର୍ତ୍ତା, ଚୁରିଦାର ପାଇଜାମା ଏବଂ ନୀଳ ଜ୍ୟାକେଟ ସହିତ ତ୍ରିରଙ୍ଗା ରଙ୍ଗର ପଗଡିରେ ନଜର ଆସିଥିଲେ ।
{"id":831161,"sizeSlug":"full","linkDestination":"none"}୨୦୨୧ରେ ପିଏମ ମୋଦୀ ସ୍ୱାଧୀନତା ଦିବସରେ ଅଷ୍ଟମ ଥର ପାଇଁ ଲାଲ୍କିଲ୍ଲା ତ୍ରିରଙ୍ଗା ଉଠାଇଥିଲେ। ସେହି ସମୟରେ ମୋଦୀ ଗୋଲାପୀ ଓ ଗେରୁଆ ରଙ୍ଗର ପଗଡି ସହିତ ଧଳା କୁର୍ତ୍ତା, ସ୍କାଏ ବ୍ଲୁ କଲର୍ର ଜ୍ୟାକେଟ ଏବଂ ବେକରେ ନାଲି ରଙ୍ଗର ଏମ୍ରବର୍ଡରର ଷ୍ଟଲ୍ ପକେଇଥିଲେ ।
{"id":831162,"sizeSlug":"full","linkDestination":"none"}୨୦୨୦ ମସିହା ବିଷୟରେ କହିବାକୁ ଗଲେ ପିଏମ ମୋଦୀ ଗେରୁଆ ଏବଂ କ୍ରିମ୍ କଲର୍ର ପଗଡି ପିନ୍ଧିଥିଲେ । ଏହା ସହିତ ମୋଦୀ ଏକ ଧଳା ଡୁପଟା ପିନ୍ଧିଥିଲେ।
{"id":831163,"sizeSlug":"full","linkDestination":"none"}୨୦୧୯ ସ୍ୱାଧୀନତା ଦିବସର ଐତିହାସିକ ଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଧଳା କୁର୍ତ୍ତା, ବେକରେ ଷ୍ଟଲ୍ ଏବଂ ସବୁଜ ଓ ଲାଲ ରଙ୍ଗର ପଗଡିକୁ ରାଜସ୍ଥାନୀ ଶୈଳୀରେ ପିନ୍ଧିଥିଲେ।
{"id":831164,"sizeSlug":"full","linkDestination":"none"}୨୦୧୮ ମସିହା ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନିଜ ପାଇଁ ଲାଲ୍ ବାନ୍ଧେଣୀର ଗେରୁଆ ଏବଂ ଲାଲ୍ ରଙ୍ଗର ପଗଡି ପିନ୍ଧିଥିଲେ । କୁର୍ତ୍ତା-ପାଇଜାମା ସହିତ ତାଙ୍କର ଏହି ପଗଡି ବେଶ୍ ମ୍ୟାଚ୍ କରୁଥିଲା ।
{"id":831165,"sizeSlug":"full","linkDestination":"none"}୨୦୧୭ରେ ପିଏମ ମୋଦୀ ଚତୁର୍ଥ ଥର ପାଇଁ ଲାଲ୍କିଲ୍ଲାରୁ ପତାକା ଉତ୍ତୋଳନ କରିଥିଲେ । ସେତେବେଳେ ସେ ହାଲୁକା ବାଦାମ ରଙ୍ଗର କୁର୍ତ୍ତା ଉପରେ ନାଲି ଏବଂ ହଳଦିଆ ରଙ୍ଗର ପଗଡି ପିନ୍ଧିଥିଲେ । ସେହି ସମୟରେ ପ୍ରଧାନମନ୍ତ୍ରୀଙ୍କ ପୋଷାକକୁ ବହୁତ ପ୍ରଶଂସା କରାଯାଇଥିଲା।
{"id":831166,"sizeSlug":"full","linkDestination":"none"}୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାଧା କୁର୍ତ୍ତା ଏବଂ ଚୁରିଦାର ପାଇଜାମାରେ ଦେଖିବାକୁ ମିଳିଥିଲା। ଏହାବ୍ୟତୀତ ଲାଲ, ଗାଢ ଗୋଲାପୀ ଏବଂ ହଳଦିଆ ରଙ୍ଗର ରାଜସ୍ଥାନୀ ପଗଡି ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା ।
{"id":831167,"sizeSlug":"full","linkDestination":"none"}୨୦୧୫ମସିହାରେ ମୋଦୀଙ୍କୁ ନାଲି, ହଳଦିଆ ଏବଂ ସବୁଜ ରଙ୍ଗର ପଗଡିରେ ଦେଖିବାକୁ ମିଳିଥିଲା। ସେ ଏହି ପଗଡିକୁ ହାଲୁକା କମଳା ରଙ୍ଗର ସାର୍ଟ ଏବଂ ଏକ ବାଦାମୀ ରଙ୍ଗର ଜ୍ୟାକେଟ୍ ସହିତ ପିନ୍ଧିଥିଲେ ।
{"id":831168,"sizeSlug":"full","linkDestination":"none"}୨୦୧୪ରେ ପ୍ରଧାନମନ୍ତ୍ରୀ ପ୍ରଥମଥର ପାଇଁ ସ୍ୱାଧୀନତା ଦିବସରେ ରାଷ୍ଟ୍ରୀୟଧ୍ବଜା ଉତ୍ତୋଳନ କରିଥିଲେ । ଏହି ସମୟରେ ମୋଦୀ ହାପ୍ ସ୍ଲିଭ ସାର୍ଟ ସହିତ ପିନ୍ଧିଥିଲେ ଏକ ନାଲି ଏବଂ ହଳଦିଆ ରଙ୍ଗର ପଗଡ଼ି ।
{"id":831169,"sizeSlug":"full","linkDestination":"none"}