ନୂଆଦିଲ୍ଲୀ: ବିଶ୍ୱକପ୍ ମ୍ୟାଚ୍ ବେଳେ ପଡ଼ିଆ ମଝିରେ ନମାଜ ପଢ଼ିବା ପାକିସ୍ତାନୀ କ୍ରିକେଟର ମହମ୍ମଦ ରିଜୱାନ୍ଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ ଆଇସିସିରେ ଅଭିଯୋଗ ହୋଇଛି। ଆଇସିସି ପାଖରେ ଫେରାଦ ହୋଇଛନ୍ତି ଭାରତୀୟ ଓକିଲ ବିନୀତ ଜିନ୍ଦଲ। ଅକ୍ଟୋବର ୬ ତାରିଖରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମ୍ରେ ନେଦରଲାଣ୍ଡ ଓ ପାକିସ୍ତାନ ମ୍ୟାଚ୍ ଚାଲିଥିବା ବେଳେ ପଡ଼ିଆ ମଝିରେ ନମାଜ ପଢ଼ିଥିଲେ ରିଜୱାନ।
ଜିନ୍ଦଲଙ୍କ ଅଭିଯୋଗ ହେଲା ଯେ ପଡ଼ିଆ ମଝିରେ ଭାରତୀୟ ଫ୍ୟାନ୍ମାନଙ୍କ ସମ୍ମୁଖରେ ନମାଜ ପଢ଼ି ରିଜୱାନ୍ ଏହ ଜଣାଇବାକୁ ଚେଷ୍ଟା କରିଛନ୍ତି ଯେ ସେ ଜଣେ ମୁସ୍ଲିମ। ଏଥିରେ ଖେଳାଳିଙ୍କ ଖେଳୁଆଡ଼ ମନୋଭବ ଉପରେ ପ୍ରଭାବ ପଡ଼ିବ ବୋଲି ବିନୀତ ଅଭିଯୋଗ କରିଛନ୍ତି।
ଜିନ୍ଦଲଙ୍କ ଅଭିଯୋଗ ହେଲା ଯେ ପଡ଼ିଆ ମଝିରେ ଭାରତୀୟ ଫ୍ୟାନ୍ମାନଙ୍କ ସମ୍ମୁଖରେ ନମାଜ ପଢ଼ି ରିଜୱାନ୍ ଏହ ଜଣାଇବାକୁ ଚେଷ୍ଟା କରିଛନ୍ତି ଯେ ସେ ଜଣେ ମୁସ୍ଲିମ। ଏଥିରେ ଖେଳାଳିଙ୍କ ଖେଳୁଆଡ଼ ମନୋଭବ ଉପରେ ପ୍ରଭାବ ପଡ଼ିବ ବୋଲି ବିନୀତ ଅଭିଯୋଗ କରିଛନ୍ତି। ଜିନ୍ଦଲ ଆହୁରି କହିଛନ୍ତି ଯେ ରିଜୱାନ୍ ଶ୍ରୀଲଙ୍କ ବିପକ୍ଷ ଶତକରେ ମଧ୍ୟ ତାଙ୍କ ପ୍ରଦର୍ଶନକୁ ଗାଜାର ଲୋକଙ୍କୁ ପାଇଁ ଉତ୍ସର୍ଗ କରିଥିଲେ। ଏହା ତାଙ୍କର ଧାର୍ମିକ ଓ ରାଜନୈତିକ ବିଚାରଧାରକୁ ଦର୍ଶାଉଛି।
wp:html/wp:htmlkeeping the spirit of sports alive, Advocate Vineet Jindal filed complaint against Mohammed Rizwan, Wicket keeper and batsman of the Pakistan Cricket team for offering “namaz” during Cricket match on 6th Oct’2023 with International Cricket Council.
— Adv.Vineet Jindal (@vineetJindal19) October 14, 2023
Copy of the complaint also… pic.twitter.com/pugqIjHgev
ସୂଚନା ଥାଉକି ଅକ୍ଟୋବର ୧୪ ତାରିଖରେ ଅହମଦାବାଦରେ ହୋଇଥିବା ଭାରତ-ପାକିସ୍ତାନ ମ୍ୟାଚ୍ରେ ମହମ୍ମଦ ରିଜୱାନ୍ଙ୍କୁ ଭାରତୀୟ ଫ୍ୟାନ୍ ଏଥିପାଇଁ ଖୁବ୍ ଚିଡ଼ାଇଥିଲେ। ସେ ଡ୍ରେସିଂ ରୁମ୍ ଭିତରକୁ ଆସିବା ବେଳେ ଜୟ ଶ୍ରୀ ରାମ ନାରା ଲଗାଇଥିଲେ। ଯାହାକୁ ତାମିଲନାଡୁ କ୍ରୀଡ଼ା ମନ୍ତ୍ରୀ ଉଦୟନିଧି ଘୋର ନିନ୍ଦା ମଧ୍ୟ କରିଥିଲେ।
କହି ରଖୁଛୁ ଯେ ରିଜୱାନଙ୍କ ବିରୋଧରେ ଆଇସିସିରେ ଫେରାଦ ହୋଇଥିବ ଓକିଲ ବିନୀତ ଜିନ୍ଦଲ ପୂର୍ବରୁ ପାକିସ୍ତାନ ଖେଳ ଆଙ୍କର ଜେନାବ ଅବ୍ବାସଙ୍କ ବିରୋଧରେ ମଧ୍ୟ ଭାରତ ବିରୋଧୀ ଓ ହିନ୍ଦୁ ବିରୋଧୀ ଅଭିଯୋଗ ଆଣିଥିଲେ। ଫଳରେ ତାଙ୍କୁ ଭାରତରୁ ବିଦା ହେବାକୁ ପଡ଼ିଥିଲା।
ଅକ୍ଟୋବର ୧୪ ତାରିଖରେ ଭାରତ ପାକିସ୍ତାନ ମୁକାବିଲାରେ ଭାରତ ୭ ୱିକେଟ୍ରେ ମ୍ୟାଚ୍ ଜିତି ନେଇଥିଲା। ପାକିସ୍ତାନ ୪୨.୫ ଓଭରରେ ୧୯୧ରେ ଅଲ୍ଆଉଟ୍ ହୋଇଯାଇଥିଲା। ପାକିସ୍ତାନ ୱିକେଟ କିପର ବ୍ୟାଟର ମହମ୍ମଦ ରିଜୱାନ ୪୯ ରନ୍ କରିଥିବା ବେଳେ କ୍ୟାପ୍ଟେନ୍ ବାବର ଆଜମ ୫୦ କରିଥିଲେ। ପାକିସ୍ତାନର ପରବର୍ତ୍ତୀ ମ୍ୟାଚ୍ ଅକ୍ଟୋବର ୨୦ ତାରିଖ ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆକୁ ଭେଟିବ। ସେହିପରି ଭାରତ ସହ ବାଂଲାଦେଶର ମୁକାବିଲା ହେବ।