ଖରାପ ପାଣିପାଗ ଯୋଗୁଁ ଲାହୋର ପହଞ୍ଚିଗଲା ଇଣ୍ଡିଗୋ ବିମାନ, ଅଧଘଣ୍ଟା ପରେ ଫେରିଲା ଭାରତ

Published By : Prameya-News7 Bureau | June 11, 2023 IST

ନୂଆଦିଲ୍ଲୀ, ୧୧/୦୬: ଭୁଲରେ ପାକିସ୍ତାନ ପଳାଇଲା ଇଣ୍ଡିଗୋ ବିମାନ। ଅମୃତସରରୁ ଅହମଦାବାଦ ଯାଉଥିବା ଇଣ୍ଡିଗୋ ବିମାନ ଭୁଲବଶତଃ ପାକିସ୍ତାନର ଲାହୋର ପହଞ୍ଚିଥିଲା। ତେବେ ଖରାପ ପାଣିପାଗ ଯୋଗୁଁ ବିମାନ ଦିଗହରା ହୋଇ ପାକିସ୍ତାନ ପଳାଇଯାଇଥିବା ନେଇ କୁହାଯାଉଛି। ଏୟାରଲାଇନ୍‌ ତରଫରୁ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ଆଧିକାରୀକ ବୟାନ ସାମ୍ନାକୁ ଆସିନାହିଁ। ଅବଶ୍ୟ ବିମାନ ପୁଣି ଭାରତ ଫେରିଆସିଥିଲା।

ପାକିସ୍ତାନର ସମ୍ବାଦ ପତ୍ର ଡନ୍‌ର ସୂଚନା ଅନୁଯାୟୀ, ଖରାପ ପାଣିପାଗ ଯୋଗୁଁ ଏହି ବିମାନ ସନ୍ଧ୍ୟା ସାଢ଼େ ୭ଟା ବେଳେ ପାକିସ୍ତାନ ବିମାନ କ୍ଷେତ୍ରକୁ ପ୍ରବେଶ କରିଥିଲା। ଆଉ ପ୍ରାୟ ୮ଟା ବେଳେ ଭାରତୀୟ ବିମାନ କ୍ଷେତ୍ରକୁ ଫେରିଆସିଥିଲା। ଏହି ସମୟ ମଧ୍ୟରେ ବିମାନ ପାକିସ୍ତାନର ଗୁଞ୍ଜରବାଲା ପର୍ଯ୍ୟନ୍ତ ପହଞ୍ଚିଯାଇଥିଳଶ। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ବେସାମରିକ ବିମାନ ମନ୍ତ୍ରାଳୟ (ସିଏଏ)ର ବରିଷ୍ଠ ଅଧିକାରୀ କହିଛନ୍ତି ଏହା ସାମାନ୍ୟ ଘଟଣା କାରଣ ଖରାପ ପାଣିପାଗ ଯୋଗୁଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏହାର ଅନୁମତି ରହିଛି।

ପୂର୍ବରୁ ଗତ ମେ ମାସରେ ପାକିସ୍ତାନ ଅନ୍ତର୍ଜାତୀୟ ବିମାନ ବନ୍ଦରର (ପିଆଇଏ)ର ଏକ ବିମାନ ଭାରତୀୟ ବିମାନ କ୍ଷେତ୍ରରେ ପଶିଥିଲା। ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁଁ ଭାରତର ବିମାନ କ୍ଷେତ୍ରରେ ପ୍ରାୟ ୧୦ ମିନିଟ୍‌ ରହିଥିଲା। ସୂଚନା ଅନୁଯାୟୀ ବିମାନ ପିକେ-୨୪୮ ମେ ୪ରେ ମସ୍କଟରୁ ଫେରୁଥିଲା ଏବଂ ଲାହୋରର ଅଲ୍ଲମା ଇକବାଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓହ୍ଲାଇବାକୁ ଚେଷ୍ଟା କରୁଥିଲା। କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ପାଇଲଟ ବୋଇଂ ୭୭୭ ବିମାନ ଅବତରଣ କରାଇବା ମୁସ୍କିଲ ହୋଇପଡ଼ିଥିଲା। ଏହା ସହ ପାକିସ୍ତାନରେ ଅନେକ ଉଡ଼ାଣ ମଧ୍ୟ ପରିବର୍ତ୍ତନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ସବୁ ଯାତ୍ରୀ ଫେରସ୍ତ ପାଇବେ ଟଙ୍କା, ଯାନ୍ତ୍ରିକ ତ୍ରୁଟି ଯୋଗୁ ରୁଷରେ ଜରୁରୀ ଅବତରଣ କରିଥିଲା ଏୟାର ଇଣ୍ଡିଆ ବିମାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.