ସକାଳର ଆରମ୍ଭ ହେଉ ବା ସନ୍ଧ୍ୟାର ଥକ୍କାପଣ...ଗୋଟିଏ ଚା' କପ୍‌ରେ ସବୁ ସଲ୍ୟୁସନ..

Published By : Prameya-News7 Bureau | May 21, 2025 IST

ଭୁବନେଶ୍ୱର ୨୧/୦୫ : ଚା’ । ଗୋଟିଏ କପ୍‌ରେ ସବୁ ସଲ୍ୟୁସନ । ସକାଳର ଆରମ୍ଭ ହୁଏ ଏହି ଚା କପ୍‌ରୁ । ସେ ଘର ହେୁ ବା ରାସ୍ତାକଡର ଦୋକନା । ଏମିତିକି ରାସ୍ତାକଡ଼ଠୁ ପଞ୍ଚତାରକା ହୋଟେଲ ପର୍ଯ୍ୟନ୍ତ । ଧନୀ ହେଉ କି ସାଧାରଣବର୍ଗ, ସଭିଙ୍କ ପାନୀୟ ତାଲିକାରେ ଏହାର ପ୍ରବେଶ । 

ଯଦି ମନ ଭଲ ନାହିଁ, ମୁଣ୍ଡ ବିନ୍ଧୁଛି କିମ୍ବା କିଛି ଖୁସି ଖବର ମିଳୁଛି ତେବେ ଆଗ ପାଟିରୁ ବାହାରୁଛି ‘ଚାଲ ଟିକେ ଚା ପିଇଦବା’ । ବିଶେଷକରି ବର୍ତ୍ତମାନ ଯୁବପୀଢିଙ୍କ ପସନ୍ଦ ହେଉଛି ଚା’ । ସେଥିପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ଅନେକ ଚା’ ଷ୍ଟଲ ଖୋଲିଛି । ଖାଲି ସେତିକି ନୁହେଁ ଯୁବପିଢିଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଫ୍ଲେଭର ଓ ସ୍ୱାଦର ଚା’ ପ୍ରସ୍ତୁତ କରାଯାଉଛି । ଚାହିଦାକୁ ଲକ୍ଷ୍ୟକରି ଅନେକ ନିଜର ସ୍ୱତନ୍ତ୍ର ଚା’ ବ୍ୟବସାୟ କରି ବେଶ୍‌ ଭଲ ଟଙ୍କା ରୋଜଗାର କରୁଛନ୍ତି । 


ମୁଖ୍ୟତଃ ଚା’ କହିଲେ ଆମେ ୨ ପ୍ରକାର ଚା’କୁ ବୁଝିଥାଉ । ଗୋଟେ କ୍ଷୀର ମିଶା ହୋଇଥିବା ବେଳେ ଅନ୍ୟଟି ହେଉଛି ନାଲି ଚା’ । ହେଲେ ଅନେକ ସ୍ଥାନରେ ଏମିତି ଅନେକ ଦୋକାନ ଅଛି, ଯେଉଁଠି ମିଳିଯାଉଛି ୧୭୦ରୁ ଅଧିକ ପ୍ରକାର ଚା’ । ଯାହାର ନାମ ମଧ୍ୟ ବେଶ୍‌ ମଜାଦାର । ସେହିଗୁଡ଼ିକ ହେଉଛି ଲେମନ ଆଇସ୍‌ ଟି, ଫାଲୁଦା ଟି, ମଖନ ଚା’, ବ୍ଲାକ୍‌ ଚା’, ରୋଜ୍‌ ଚା’, ବ୍ଲୁଟି ଟି’, କେଶର ଚା’, ଇରାନ୍‌ ଟି’, ଦମ୍‌ ଟି’, ଗୁଡ୍‌କି ଟି’, ଜାଗିରି ଟି’ ଭଳି ଚା’ ତାଙ୍କ ଦୋକାନରେ ମିଳିଯାଉଛି । ଏହିସବୁ ଚା’ର ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ ହୋଇ ୨୦୦ ଟଙ୍କା ପର୍ଯ୍ୟନ୍ତ ରହୁଛି । 


  • cuttack
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.