ନୂଆଦିଲ୍ଲୀ: ଇସ୍ରାଏଲ-ହମାସର ଯୁଦ୍ଧବିରାମ ପରେ ଆହୁରି ଭୟାନକ ହେଉଛି ଗାଜା ଅଞ୍ଚଳ। ସପ୍ତାହର ଅସ୍ତ୍ରବିରତି ପରେ ଅଶାନ୍ତ ହୋଇଉଠୁଛି ଏହି ଷ୍ଟ୍ରିପ୍। ଶୁକ୍ରବାର ଅସ୍ତ୍ରବିରତି ବୁଝାମଣା ସରିବା ପରେ ଇସ୍ରାଏଲ ପକ୍ଷରୁ ବଡ଼ ହମ୍ଲା ହୋଇଛି। ଯାହାର ପରିଣାମସ୍ୱରୂପ ଶନିବାର ଓ ରବିବାର ମିସାଇଲ୍ ଆକ୍ରମଣରେ ୭୦୦ ଲୋକଙ୍କ ମୃତ୍ୟୁ ହୋଇଛି।
ଏଜେନ୍ସିର ସୂଚନା ଅନୁସାରେ ଗାଜାର ଯେକୌଣସି ଅଞ୍ଚଳରେ ରହିବା ଏବେ ସୁରକ୍ଷିତ ନୁହେଁ। ଇସ୍ରାଏଲ ସେନା ଏବେ ଉଭୟ ଉତ୍ତର ଓ ଦକ୍ଷିଣ ଆଡ଼କୁ ବଢୁଛନ୍ତି। ଇସ୍ରାଏଲୀ ଚିଫ୍ ଅଫ୍ଜନରଲ ଷ୍ଟ୍ରୋକ୍ ହଲେବୀ କହିଛନ୍ତି ଯେ ତାଙ୍କର ସେନା ଉଭୟ ପଟୁ ଆକ୍ରମଣ କରୁଛନ୍ତି। ଏପରିକି ଦୁଇପଟୁ ରକେଟ୍ ମାଡ କରାଯାଉଛି। ଏପରିକି ସ୍ଥଳଭାଗରେ ସେନା ଯୁଦ୍ଧ ଚଳାଇଛନ୍ତି।
ଅକ୍ଟୋବର ୭କୁ ଆରମ୍ଭ ହୋଇଥିବା ଏହି ଲଢେଇରେ ୧୫୫୦୦ରୁ ଅଧିକ ଫିଲିସ୍ତାନୀ ନାଗରିକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨୮୦ ମେଡିକାଲ ଷ୍ଟାଫ୍ ଅଛନ୍ତି। ଯୁଦ୍ଧର ୪୯ ତମ ଦିନଠୁ ୭ ଦିନ ପାଇଁ ଅସ୍ତ୍ରବିରତି ଘୋଷଣା ହୋଇଥିଲା।