ସମୁଦ୍ରରୁ ଭୂପୃଷ୍ଠ, ଭାରତର ସବୁ କୋଣ ଉପରେ ରହିବ ନଜର; ଶ୍ରୀହରି କୋଟାରୁ ନାଭିଗେସନ୍ ସାଟେଲାଇଟ୍ ଲଞ୍ଚ୍

Published By : Prameya-News7 Bureau | May 29, 2023 IST

ବିଶାଖାପାଟଣା: ISROର ମିଶନ GSLV-F12 । ଆନ୍ଧ୍ର ପ୍ରଦେଶର ଶ୍ରୀହରି କୋଟା ସ୍ଥିତ ସତିଶ ଧବନ ସ୍ପେସ୍ ସେଣ୍ଟରରୁ ନାଭିଗେସନ ସାଟେଲାଇଟ୍ ଲଞ୍ଚ ହୋଇଛି । ଏହି ଉପଗ୍ରହ ନାଁ NVA-01 ରହିଛି । ଯାହାକୁ GSLV-F12 ରକେଟ୍ ମାଧ୍ୟମରେ ୨ ନମ୍ବର ଲଞ୍ଚ ପ୍ୟାଡରୁ ଉତକ୍ଷେପଣ କରାଯାଇଛି । ISRO ଏହାକୁ ଦ୍ବିତୀୟ ପିଢୀର ନାଭିଗେସନ୍ ଉପଗ୍ରହ ଶୃଙ୍ଖଳା ପ୍ରକ୍ଷେପଣ ଯୋଜନାରେ ତିଆରି କରିଛି । ଏହା ଭାରତକୁ ନିରନ୍ତର ଭାବେ ଦିଗ ସୂଚିତ କରିବାରେ ସହଯୋଗ କରିବ । ଏହି ସାଟେଲାଇଟ୍ ଭାରତ ଓ ମୁଖ୍ୟ ଭୂମିର ୧୫ଶହ କିଲୋମିଟର କ୍ଷେତ୍ରରେ ତତ୍କାଳ ସ୍ଥିତି ସମ୍ବଦ୍ଧରେ  ସେବା ପ୍ରଦାନ କରିବ ।    

wp:html /wp:html

ଏହି ସାଟେଲାଇଟ୍ ଉତକ୍ଷେପଣ ପାଇଁ ସୋମବାର ସକାଳ ୭ଟା ୧୨ ମିନିଟରୁ ଓଲଟା ଗଣତି ଆରମ୍ଭ ହୋଇଯାଇଥିଲା । ୫୧.୭ ମିଟର ଲମ୍ବା GSLV-F12 ରକେଟ୍, ନିଜର ୧୫ତମ ଉଡ଼ାଣରେ ୨, ୨୩୨ କିଲୋଗ୍ରାମ ଓଜନ ବିଶିଷ୍ଟ NVA-01 ଉପଗ୍ରହକୁ ମହାକାଶକୁ ନେଇଛି । ଉତକ୍ଷେପଣର ପ୍ରାୟ ୨୦ ମିନିଟ୍ ଭିତରେ ଭୂପୃଷ୍ଠରୁ ୨୫୧କିଲୋମିଟର ଉଚ୍ଚତାରେ ଜିଟିଓ କକ୍ଷରେ ସାଟେଲାଇଟକୁ ସ୍ଥାପିତ କରିବ ।  

wp:html /wp:html

ଏହି ଦିଗ ସୂଚକ ଉପଗ୍ରହ ବିଶେଷ ଟେକ୍ନୋଜୋଲିରେ ନିର୍ମିତ ହୋଇଛି । ଏହି ସାଟେଲାଇଟ୍ ପୃଥିବୀ କକ୍ଷ ପଥରେ ସ୍ଥାପିତ ହୋଇଥିବା ସପ୍ତମ ଉପଗ୍ରହ ସମୂହ । ଯାହା ପୃଥିବୀ ପୃଷ୍ଠରେ ଥିବା ସାଟେଲାଇଟ୍ ଷ୍ଟେସନ ସହିତ ଯୋଗାଯୋଗ ରଖିବ । ଏହି ଉପଗ୍ରହ ଭାରତୀୟ ସେନାକୁ ଆହୁରି ମଜଭୁତ କରିବ । ଇସ୍ରୋ ଏହାକୁ ପ୍ରସ୍ତୁତ କରିଛି ।  

{"id":794166,"sizeSlug":"large","linkDestination":"none"}

ଏହି ଉପଗ୍ରହ ସୋଲାର ସିଷ୍ଟମରେ କାମ କରିବ । ଏଥିପାଇଁ ୨ଟି ପ୍ୟାନେଲ୍ ଖଞ୍ଜା ଯାଇଛି । ଏହା ୨.୪ ଓ୍ବାଟ୍ ବିଦ୍ୟୁତ୍ ଶକ୍ତି ଯୋଗାଇ ଦେବ । ଏହାଦ୍ବାରା ସାଟେଲାଇଟରେ ଖଞ୍ଜା ଯାଇଥିବା ଲିଥିୟମ-ଆୟନ ବ୍ୟାଟେରୀ ଚାର୍ଜିଂ ହେବ । ଏହି ଉପଗ୍ରହ ଆଗମୀ ୧୨ ବର୍ଷ ପର୍ଯ୍ୟନ୍ତ କାମ କରିବ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.