ଭୁବନେଶ୍ୱର ୦୭।୦୧: ରାଜଧାନୀରୁ ହାଇପ୍ରୋଫାଇଲ ଠକ ଦମ୍ପତି ଗିରଫ ଘଟଣା । ଅଭିଯୁକ୍ତ ଅନିଲ ମହାନ୍ତି ଏବଂ ହଂସିତାଙ୍କ କମ୍ପାନି ଉପରେ ଆୟକର ବିଭାଗର ରେଡ୍ । ଏକାସାଙ୍ଗେ ୧୦ଟି ସ୍ଥାନରେ ରେଡ୍ କରିବା ସହ ବିଭିନ୍ନ କାଜଗପତ୍ର ଏବଂ ଆକାଉଣ୍ଟ ଟ୍ରାଞ୍ଜାକ୍ସନର ଯାଞ୍ଚ ମଧ୍ୟ କରୁଛି ଆୟକର ଟିମ୍ । ଠକେଇ ଅଭିଯୋଗରେ ଅନିଲ ଓ ହଂସିତା ଗିରଫ
ଖବର ଅନୁଯାୟୀ, ମଙ୍ଗଳବାର ଦିନ ଠକ ହଂସିତା ଅଭିଲିପ୍ସା ଏବଂ ଅନୀଲ ମହାନ୍ତିଙ୍କ ଘରେ ଆୟକର ଟିମ୍ ପକ୍ଷରୁ ଚଢାଉ ହୋଇଛି । ଏକାସାଙ୍ଗେ ୧୦ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ଆୟକର ଟିମ୍ । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଭୁବନେଶ୍ୱର,ଦିଲ୍ଲୀ, ଝାଡଖଣ୍ଡରେ ଥିବା ଘର ଏବଂ ଅଫିସ ରହିଛି। ହଂସିତା ଅଭିଲିପ୍ସାଙ୍କ ଦିଲ୍ଲୀରେ ଥିବା ଢାବା ଆଣ୍ଡ ବାରରେ ମଧ୍ୟ ଚଢାଉ ଚାଲିଛି । ଏହାବ୍ୟତୀତ ଅନିଲଙ୍କ ନୟାପଲ୍ଲୀ ସ୍ଥିତ ପୈତୃକ ଘର, ମଞ୍ଚେଶ୍ବରରେ ଥିବା ଅଫିସ ,ଏମ୍ସ୍ ନିକଟରେ ଥିବା ପତ୍ନୀଙ୍କ ଘରେ ମଧ୍ୟ ଚାଲିଛି ଚଢାଉ ।
ସୂଚନାଯୋଗ୍ୟ ଯେ, ପୂର୍ବତନ ଏମ୍ପି ତଥା ଏକ ବଡ଼ ଏନ୍ଜିଓ ସଂସ୍ଥା ମାଲିକ ମଧ୍ୟ ହଂସିକାଙ୍କ ଶିକାର ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଝିଅ ଓ ଜ୍ୱାଇଁ ଭାବି ଏନ୍ଜିଓ ସଂସ୍ଥା ମାଲିକ ହଂସିକା ଓ ଅନିଲଙ୍କୁ ଆତିଥ୍ୟ ଦେଇଥିଲେ। ଏନ୍ଜିଓ ସଂସ୍ଥାକୁ ୫୦କୋଟି ଡୋନେସନ୍ କରାଇ ଦେବାକୁ କହିଥିଲେ ହଂସିକା। କିଛିଦିନ ପରେ ଡୋନେସନ୍ କରାଇ ଦେଇଥିଲେ । ସେଥିପାଇଁ ହଂସିକା ୨୦% କମିଶନ ମାଗିଥିଲେ । ହେଲେ ଏନ୍ଜିଓ ସଂସ୍ଥା ମାଲିକ ମନା କରିଥିଲେ । ହଂସିକା ତାଙ୍କୁ ଫଟୋ ଓ ଭିଡିଓ ଦେଖାଇ ବ୍ଲାକ୍ମେଲିଂ କରିଥିଲେ। ଉପାୟ ନପାଇ ଏନ୍ଜିଓ ସଂସ୍ଥା ମାଲିକଙ୍କ କର୍ମଚାରୀ ଏତଲା ଦେଇଥିଲେ। ଏହାପରେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଥିଲା।