ଭାଗ୍ୟ ବଦଳାଇ ଦେଲା ଅନଲାଇନ୍ ଗେମ୍, ୪୯ ଟଙ୍କା ଲଗାଇ ଜିତିଲେ ୩ କୋଟି ଟଙ୍କା ସହ ମହିନ୍ଦ୍ରା ଥାର୍

Published By : Prameya-News7 Bureau | April 11, 2025 IST

ଚଣ୍ଡିଖୋଲ ୧୧ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ିକି ଦିଅନ୍ତି । କେତେବେଳେ କାହା ଭାଗ୍ୟ ବଦଳିଯିବ କେହି କହିପାରିବେ ନାହିଁ । ଯାହାକି ଆଜି ପ୍ରମାଣ କରି ଦେଖାଇଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅରଖପଦା ଗ୍ରାମର ଅନିଲ ତରାଇ । ଅନିଲ ଅନଲାଇନ୍ ଖେଳ ଖେଳି କୋଟିପତି ହୋଇପାରିଛନ୍ତି ।

ବର୍ତ୍ତମାମାନ ଆଇପିଏଲ୍ ଖେଳ ଚାଲିଥିବା ବେଳେ ଅନଲାଇନ ବେଟିଂ ବଜାର ସକ୍ରିୟ ହୋଇଉଠିଛି । ଏହି ବେଟିଂରେ ଅନେକ ଜିତି କୋଟିପତି ହେବାର ଖବର ମଧ୍ୟ ଆସୁଛି । କିଛି ଦିନ ତଳେ କେନ୍ଦୁଝରର ଜଣେ ଯୁବକ ଅନ୍‌ଲାଇନ୍ ଗେମ୍‌ ଖେଳି କୋଟିପତି ହୋଇଥିବା ବେଳେ ଆଜି ଏମିତି ଆଉ ଏକ ଖବର ଶୁଣିବାକୁ ମିଳିଛି । ଅନିଲ ମଧ୍ୟ ଅନଲାଇନ୍ ଗେମ୍ ଖେଳି କୋଟିପତି ହୋଇପାରିଛନ୍ତି । ଅନିଲ My11Circle ଗେମ୍‌ରେ ୪୯ ଟଙ୍କା ଲଗାଇ ୩ କୋଟି ଟଙ୍କା ଜିତିବା ସହ ଏକ ମହିନ୍ଦ୍ରା ଥାର୍ ଗାଡ଼ି ମଧ୍ୟ ଜିତିଛନ୍ତି ।

ଅନିଲ ଜଣେ ମଧ୍ୟବିତ୍ ପରିବାରର ପିଲା । ସେ ଚାଷ କରିବା ସହ ଫିଟ୍‌ନେସ ପ୍ରତି ତାଙ୍କର ଆଗ୍ରହ ରହିଛି । ସେ ପ୍ରଥମ ଥର କରି ଏହି ଗେମ୍ ଖେଳି କୋଟିପତି ହୋଇପାରିଛନ୍ତି । ଗୁରୁବାର ଗେମ୍ ଖେଳିସାରିବା ପରେ ତାଙ୍କ ଆକାଉଣ୍ଟକୁ ୩ କୋଟି ଟଙ୍କା ଆସିଛି । ଏହାସହ ସେ ଏକ ଥାର୍ ଗାଡ଼ି ମଧ୍ୟ ଜିତିଛନ୍ତି । ଅନିଲ ଏହି ଟଙ୍କାରେ ଏକ ଜିମ୍ ସେଣ୍ଟର ଖୋଲିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଅନିଲଙ୍କ ଏହି ସଫଳତାରେ ପରିବାର ଲୋକେ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।


You Can Read:

ପିପିଲିରେ ରାତି ଅଧରେ ଫୁଟିଲା ବୋମା: ଜଣେ ଗୁରୁତର, ୩ ଆହତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.