ଭୁବନେଶ୍ୱର ୧୬।୩: ଜଳୁଛି ପଶ୍ଚିମ ଓଡ଼ିଶା । ମାର୍ଚ୍ଚ ମାସରୁ କଲବଲ କଲାଣି ତାତି । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି ଅନୁଭୂତ ହେଉଛି । ତେବେ ରବିବାର ଦିନ ୧୧ଟା ୩୦ ମିନିଟ୍ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଝାରସୁଗୁଡାରେ ୩୭ଡ଼ିଗ୍ରୀ, କେନ୍ଦୁଝରରେ ୩୬.୪ ଡ଼ିଗ୍ରୀ, ସମ୍ବଲପୁରରେ ୩୬.୨ ଡ଼ିଗ୍ରୀ, ରାଉରକେଲାରେ ୩୫.୪ ଡ଼ିଗ୍ରୀ, ହୀରାକୁଦରେ ୩୪.୨ ଡ଼ିଗ୍ରୀ ଏବଂ ଚାନ୍ଦବାଲିରେ ୩୪.୨ ଡ଼ିଗ୍ରୀ ରେକର୍ଡ ହୋଇଛି ।
ସେପଟେ, ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ହିଟ୍ ୱେଭ୍ ସ୍ଥିତି ରହିବ । ରବିବାର ପାଇଁ ଜାରି ହୋଇଛି ସିଭିୟର ହିଟ୍ ୱେଭ୍ ଆଲର୍ଟ । ଝାରସୁଗୁଡା, କଳାହାଣ୍ଡି ଓ ସମ୍ବଲପୁର ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି । ଅନୁଗୁଳ, ସୁନ୍ଦରଗଡ, ସୋନପୁର ଓ ବୌଦ୍ଧରେ ଅତ୍ୟଧିକ ଖରା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
#ରବିବାର_୧୧ଟା_୩୦_ସୁଦ୍ଧା_ଦିନର_ତାପମାତ୍ରା#PrameyaNews7 #WeatherUpdate pic.twitter.com/mjHIr7vgZ1
— Prameya News7 (@NEWS7Odia) March 16, 2025
ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ବଲାଙ୍ଗୀର, ଗଜପତି, କଟକ ଓ ଖୋର୍ଦ୍ଧାରେ ପ୍ରବଳ ଖରା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗରମ ଓ ଗୁଳୁଗୁଳି ନେଇ ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଶନିବାର ୪୨.୫ ଡିଗ୍ରୀ ସହ ବୌଦ୍ଧ ଦେଶର ସବୁଠୁ ଉତ୍ତପ୍ତ ସହର ପଲଟିଥିଲା । ୪୨.୨ରେ ସିଝିଥିଲା ସମ୍ବଲପୁର । ୪୦ଡିଗ୍ରୀ ଉପରେ ଥିଲା ୧୩ ସହର । ଝାରସୁଗୁଡ଼ା ୪୧.୮ । ଅନୁଗୋଳ ୪୧.୭ । ବଲାଙ୍ଗିର ୪୧.୫ । ସୋନପୁର ୪୧.୨ । ଟିଟିଲାଗଡ଼ ୪୧ । ସୁନ୍ଦରଗଡ଼ ୪୦.୮ । ଢ଼େଙ୍କାନାଳ ୪୦. ୬ । ରାଉରକେଲା ୪୦.୫ । ହୀରାକୁଦ ୪୦.୨ । ବାରିପଦା ୪୦.୨ । ଭବାନୀପାଟଣା ୪୦.୨ ।
ଆହୁରି ଦୁଇ ଦିନ ଅସହ୍ୟ ତାତି ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୯ ତାରିଖ ବେଳକୁ ତାପମାତ୍ରା କମିବା ଆକଳନ କରାଯାଉଛି । ବିଜୁଳି, ଘଡଘଡି ସହ ଭଦ୍ରକ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡରେ ବର୍ଷା ସମ୍ଭାବନା ରହିଛି ।
You Can Read:
ରାଜ୍ୟରେ ପାଇଲଟ୍ ପ୍ରୋଜେକ୍ଟରେ ଖୋଲିବ ୩୫ ପୋଷଣ କେନ୍ଦ୍ର : ମିଳିବ ଡାଲି, ଅଟା, ତେଲ ଓ ଚାଉଳ..