ରିଟାୟାର୍ଡ ପରେ ଧୂମ ରୋଜଗାର କରିବେ ବାଇଡେନ୍, USରେ ପୂର୍ବ ରାଷ୍ଟ୍ରପତିଙ୍କୁ କଣ ମିଳେ ସୁବିଧା

Published By : Prameya-News7 Bureau | January 20, 2025 IST

ଓ୍ୱାଶିଂଟନ ୨୦/୦୧: ଆମେରିକାର ୪୬ତମ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରିଛି କାର୍ଯ୍ୟକାଳ । ଏବେ ଦେଶକୁ ମିଳିଛନ୍ତି ୪୭ ତମ ରାଷ୍ଟ୍ରପତି । କ୍ଷମତାକୁ ଆସିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆଉ ତା ସହ ଶେଷ ହୋଇଯିବ ବାଇଡେନଙ୍କ ସଉକିନିଆ ଜିବନୀ । କଣ କରିବେ ବାଇଡେନ ? ଖାଲି ବାଇଡେନ ନୁହେଁ, ଅନ୍ୟ ପୂର୍ବତନ ରାଷ୍ଟ୍ରପତିଙ୍କୁ ନେଇ ବି ମନରେ ଅନେକ ପ୍ରଶ୍ନ । ରାଷ୍ଟ୍ରପତି ପଦରୁ ଅବସର ନେବା ପରେ କୁଆଡେ ଯାଆନ୍ତି, କ’ଣ କରନ୍ତି ଆମେରିକା ରାଷ୍ଟ୍ରପତି ? ପଦରୁ ହଟିବା ପରେ ମିଳି କି କି ସୁବିଧା ? 

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ । ଜୋ ବାଇଡେନ ଅବସର ନେବା ପରେ କ’ଣ କରିବାର ଯୋଜନା ରଖିଛନ୍ତି ? ବାଇଡେନ ଘରୋଇ ଏବଂ ବୈଦେଶିକ ନୀତି କ୍ଷେ୍ତ୍ରରେ ସଫଳ ହେବେ ବୋଲି ତାଙ୍କର ଅଭିପ୍ରାୟ । ତାଙ୍କର ଜନ୍ମସ୍ଥାନ ଡେଲାବେୟାରରେ ଅବସର ସମୟ ଅତିବାହିତ କରିବେ । ସେଠାରେ ଡେଲାବେୟର ୟୁନିଭର୍ସିଟିରେ ନିଜ ନାମରେ ଥିବା ଇନଷ୍ଟିଚ୍ୟୁଟରେ ପଲିସି ମେକରକୁ ନେଇ କାମ କରିବେ । 

ତେବେ ବାଇଡେନଙ୍କର ସବୁଠାରୁ ବଡ ସ୍ୱପ୍ନ ହେଲା ଡେଲାବେୟାରରେ ଏକ ପ୍ରେସିଡେନ୍ସିଆଲ ଲାଇବ୍ରେରୀ କରିବେ । ଏଥିପାଇଁ ସେ ଫଣ୍ଡ ଯୋଗାଡ କରିବେ । ସାଧାରଣ ଭାବେ ଆମେରିକା ରାଷ୍ଟ୍ରପତିମାନେ ପୁସ୍ତକ ଲେଖିବା ଏବଂ ପବ୍ଲିକ ଭାଷଣ ଦେବାର କାମ କରିଥାନ୍ତି । କୁହାଯାଉଛି, ସେ ନିଜର ଜନ୍ମସ୍ଥାନରେ ଶାନ୍ତିରେ ରହିବାକୁ ଚାହୁଁଛନ୍ତି ସେ । 

ଅବସର ନେବା ପରେ କ’ଣ ମିଳିଥାଏ ସରକାରୀ ସୁବିଧା ? କେତେ ମିଳେ ପେନସନ ?

ଅବସର ନେବା ପରେ ଆମେରିକା ରାଷ୍ଟ୍ରପତିଙ୍କୁ ମିଳିଥାଏ ବାର୍ଷିକ ପେନସନ । ଏହି ପେନସନ ଜଣେ କ୍ୟାବିନେଟ ସଚିବର ବେତନ ସହ ସମାନ । ଆମେରିକା କ୍ୟାବିନେଟ ସଚିବଙ୍କ ବାର୍ଷିକ ବେତନ ୨,୪୬, ୪୦୦ ଡଲାର । ଟଙ୍କାରେ ହିସାବ କଲେ ୨.୧୩ କୋଟି ଟଙ୍କା । ତେବେ ଅବସରପ୍ରାପ୍ତ ରାଷ୍ଟ୍ରପତି ଏହାଠାରୁ ଅଧିକ ପେନସନ ପାଆନ୍ତି । ସେମାନଙ୍କୁ ବାର୍ଷିକ ୪ ଲକ୍ଷ ଡଲାର ଅର୍ଥାତ ୩.୪କୋଟି ଟଙ୍କା ପେନସନ ମିଳିଥାଏ ।

ଅଫିସ ଓ କର୍ମଚାରୀ:

ଅବସର ନେବା ପରେ ରାଷ୍ଟ୍ରପତିଙ୍କୁ ଏକ କାର୍ଯ୍ୟାଳୟ ଏବଂ ଷ୍ଟାଫ ପାଇଁ ସରକାରୀ ସହାୟତା ମିଳିଥାଏ । ଏଥିରେ କାର୍ଯ୍ୟାଳୟର ଭଡା, ଉପକରଣ ଏବଂ ଷ୍ଟାଫଙ୍କ ଦରମା ସାମିଲ ହୋଇଥାଏ । ଏହି ସୁବିଧା ତାଙ୍କୁ ଆଜୀବନ ମିଳିଥାଏ । 

ସୁରକ୍ଷା ବ୍ୟବସ୍ଥା:

ଅବସର ପରେ ରାଷ୍ଟ୍ରପତି ଏବଂ ତାଙ୍କର ପତ୍ନୀଙ୍କୁ ଆଜୀବନ ସିକ୍ରେଟ ସର୍ଭିସ ସୁରକ୍ଷା ଦିଆଯାଇଥାଏ । ଏପରିକି ସେମାନଙ୍କ ପିଲାମାନଙ୍କୁ ମଧ୍ୟ ୧୬ ବର୍ଷ ବୟସ ଯାଏ ସୁରକ୍ଷା ଦିଆ ଯାଇଥାଏ ।

ଯାତ୍ରା ଖର୍ଚ୍ଚ ଏବଂ ଚିକିତ୍ସା ସୁବିଧା:

କୌଣସି ସରକାରୀ କାମରେ ଯାଉଥିଲେ ଅବସରପ୍ରାପ୍ତ ରାଷ୍ଟ୍ରପତିଙ୍କ ସମସ୍ତ ଯାତ୍ରା ଖର୍ଚ୍ଚ ଏଠାରେ ସରକାର ବହନ କରିଥାନ୍ତି  । ଯଦି ପୂର୍ବତନ ରାଷ୍ଟ୍ରପତି କୌଣସି ସେନା ହସ୍ପିଟାଲରେ ଚିକିତ୍ସା ସେବା ନିଅନ୍ତି ତେବେ ତାହାର ସମସ୍ତ ଖର୍ଚ୍ଚ  ସରକାରଙ୍କ ପକ୍ଷରୁ ବ୍ୟୟ କରାଯାଇଥାଏ । ସେହିଭଳି ପୂର୍ବତନ ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ରାଜକୀୟ ସମ୍ମାନର ସହ ତାଙ୍କର ଅନ୍ତମ ସଂସ୍କାର କରାଯାଇଥାଏ । ଏଥିପାଇଁ ସମସ୍ତ ଆବଶ୍ୟକୀୟ ସୁବିଧା ସରକାର ଯୋଗାଇ ଦେଇଥାନ୍ତି ।

ସବୁ ମିଳେ କିନ୍ତୁ ଘର ମିଳେନି:

ଏସବୁ ସୁବିଧା ସହିତ ଅବସରପ୍ରାପ୍ତ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଅନେକ ସୁବିଧା, ସୁଯୋଗ ଆମେରିକା ସରକାର ଯୋଗାଇ ଦେଇଥାନ୍ତି । ଯେମିତି ଲୋମଜିନ, ମରିନ ୱାନ ଏବଂ ଏୟାରଫୋର୍ସ ୱାନରେ ଯାତ୍ରା କରିପାରିବେ । କ୍ଷମତାରେ ଥିବାବେଳେ ଆମେରିକା ରାଷ୍ଟ୍ରପତିଙ୍କ ଯାତାୟତ ପାଇଁ ଏହିସବୁ ଯାନ ବ୍ୟବହାର କରାଯାଇଥାଏ । ତେବେ ହ୍ୱାଇଟ ହାଉସରୁ ଆସିବା ପରେ ପୂର୍ବତନ ରାଷ୍ଟ୍ରପତିଙ୍କୁ କୌଣସି ସରକାରୀ ବାସଗୃହ ମିଳି ନଥାଏ । ଅବସର ପରେ ସେମାନଙ୍କୁ ନିଜ ଘରର ବ୍ୟବସ୍ଥା ନିଜେ କରିବାକୁ ପଡିଥାଏ ।

you can also read...

ଆମେରିକା ରାଷ୍ଟ୍ରପତିଙ୍କୁ କିଏ କରାନ୍ତି ଶପଥ ପାଠ, କାହିଁକି ଖାସ୍ ଜାନୁୟାରୀ ୨୦ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.