ନୂଆଦିଲ୍ଲୀ ୨୧/୦୫: ସତ ମାନିଲେ ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରା । ପ୍ରାରମ୍ଭିକ ତଦନ୍ତରେ ସବୁ ସତ ମାନିଛନ୍ତି ଜ୍ୟୋତି ମଲହୋତ୍ରା । ପାକିସ୍ତାନ ଗୁଇନ୍ଦା ଅଧିକାରୀଙ୍କ ସହ ସମ୍ପର୍କରେ ଥିବା କଥା ପ୍ରାରମ୍ଭିକ ଜେରା ବେଳେ ସ୍ୱୀକାର କରିଛନ୍ତି ଜ୍ୟୋତି । କେବଳ ସେତିକି ନୁହେଁ ଦେଶ ସୁରକ୍ଷା ନେଇ ଗୁପ୍ତ ତଥ୍ୟ ପାକିସ୍ତାନ ଗୁପ୍ତଚରଙ୍କୁ ଦେଇଥିବା କଥା ସ୍ୱୀକାର କରିଛନ୍ତି ଜ୍ୟୋତି ।
ସେ ପାକିସ୍ତାନ ଯିବାଠାରୁ ଆରମ୍ଭ କରି ସେଠାରେ ଗୁଇନ୍ଦା ଅଧିକାରୀଙ୍କ ସମ୍ପର୍କରେ କେମିତି ଆସିଲେ ଓ କେଉଁଭଳି ଭାବେ ସବୁ ଗୁପ୍ତ ତଥ୍ୟ ସେ ସେୟାର କରୁଥିଲେ ସେ କଥା ସ୍ୱୀକାର କରିଛନ୍ତି ଜ୍ୟୋତି ମଲହୋତ୍ରା । ସେପଟେ ଫରେନ୍ସିକ ଯାଞ୍ଚ ବେଳେ ଜ୍ୟୋତିଙ୍କ ମୋବାଇଲରୁ ଭାରତୀୟ ସେନା ସହ ଜଡ଼ିତ ତଥ୍ୟ ହସ୍ତଗତ ହୋଇଛି । ସେହିପରି ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନୀ ଦୂତାବାସ ଅଧିକାରୀଙ୍କ ସହ କରିଥିବା ହ୍ବାଟ୍ସଆପ୍ ଚାଟିଂ ମଧ୍ୟ ଜ୍ୟୋତି ଡିଲିଟ୍ କରିଥିବା ଫରେନ୍ସିକ ଯାଞ୍ଚବେଳେ ଜଣାପଡିଛି ।
ବୈଶାଖୀରେ ଆରମ୍ଭ ହୋଇଥିଲା କାହାଣୀ, ତୀର୍ଥଯାତ୍ରା ବ୍ଲଗିଂ ପାଲଟିଗଲା ଭାରତ ପାଇଁ ବିପଦ
ସାଇରନ୍ ବାଜିବାଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ପଠାଯାଇଥିବା ବ୍ଲାକ୍ଆଉଟ୍ ସଂକ୍ରାନ୍ତ ସବୁ ତଥ୍ୟ ପାକ୍ ଅଧିକାରୀଙ୍କ ସହ ସେୟାର କରିଥିଲେ ଜ୍ୟୋତି । ଯାହାକୁ ପରେ ଡିଲିଟ୍ କରିଦେଇଥିଲେ । ମାତ୍ର ଏବେ ଫରେନ୍ସିକ୍ ଯାଞ୍ଚ ପରେ ଧିରେ ଧିରେ ଜ୍ୟୋତିଙ୍କ ସବୁ ଷଡ୍ଯନ୍ତ୍ର ଧରାପଡୁଛି ।