ବୈଶାଖୀରେ ଆରମ୍ଭ ହୋଇଥିଲା କାହାଣୀ, ତୀର୍ଥଯାତ୍ରା ବ୍ଲଗିଂ ପାଲଟିଗଲା ଭାରତ ପାଇଁ ବିପଦ

Published By : Prameya-News7 Bureau | May 21, 2025 IST

ନୂଆଦିଲ୍ଲୀ ୨୧/୦୫ : ଭାରତର ୟୁ ଟ୍ୟୁବର-ପାକିସ୍ତାନୀ ଗୁପ୍ତଚର । ଖୋଲୁଛି ଜ୍ୟୋତି ମାଲହୋତ୍ରା ତଥ୍ୟ ଲିକ୍ ପେଡ଼ି । ଅପରେସନ ସିନ୍ଦୂର ପୂର୍ବରୁ ପାକିସ୍ତାନକୁ ଦେଇଥିଲେ ବ୍ଲାକ୍ଆଉଟ୍ ସୂଚନା । ଭାରତର ଝିଅ, ପଡ଼ିଥିଲେ ପାକିସ୍ତାନୀ ଅଫିସରଙ୍କ ପ୍ରେମରେ। ପ୍ରେମ ପଛର ଅସଲ ଖେଳ ବୁଝିପାରୁ ନଥିଲେ ନା, ବୁଝିକି ଅବୁଝା ଥିଲେ ଜ୍ୟୋତି ମାଲହୋତ୍ରା? 

ସେହି ଅଫିସର ଜ୍ୟୋତିଙ୍କ ପାଇଁ ପାକିସ୍ତାନ ବୁଲିବାର ବ୍ୟବସ୍ଥା କରିଥିଲେ । ତା ସହିତ ଚୀନ୍ ଅଧିକାରୀଙ୍କ ସହ ଦେଖା ମଧ୍ୟ କରାଇ ଦେଇଥିଲେ। ତେବେ ଗତ ଦୁଇ ବର୍ଷ ଧରି ଜ୍ୟୋତି ରଚିଥିଲେ ଦେଶଦ୍ରୋହୀର ଷଡଯନ୍ତ୍ର । ୨୦୨୩ରେ ୩୨୪ତମ ବୈଶାଖୀ ମହୋତ୍ସବରେ ଆରମ୍ଭ ହୋଇଥିଲା ବ୍ଲୁପ୍ରିଣ୍ଟ ।  

ସୁନ୍ଦରୀ ଚେହେରା, ସରଳ କଥାବାର୍ତ୍ତା । ଚିକ୍କଣ ମଖମଲିଆ କଥା ସହ କହି ବନାଉଥିଲେ ବୋକା । ବ୍ଲଗିଂ ଆଳରେ ଶତ୍ରୁକୁ ଦେଉଥିଲେ ଇନ୍‌ଫରେମେସନ । ସାମାନ୍ୟ ବ୍ଲଗରରୁ ବନି ଥିଲେ ଭିଆଇପି । ସେଇଥିପାଇଁ ତ ପାକିସ୍ତାନରେ ମିଳୁଥିଲା ଜବରଦସ୍ତ ଟ୍ରିଟମେଣ୍ଟ । ଦିଲ୍ଲୀରୁ ଆରମ୍ଭ କରି ଅମ୍ବାଲା, ଲାହୋରରୁ କରାଚୀ । ବନ୍ଧୁ ଗୋଟାଇ ଚାଲିଥିଲେ, ଆଉ ପାସ୍ କରୁଥିଲେ ସବୁକିଛି । 


ସେତିକି ନୁହେଁ ଭାରତ ବିରୋଧରେ ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହ ମିଶି ରଚୁଥିଲେ ଷଡ଼ଯନ୍ତ୍ର । ରିପୋର୍ଟରୁ ଜଣାପଡିଛି, ଜ୍ୟୋତି ମଲହୋତ୍ରାଙ୍କୁ ଧାର୍ମିକ ଯାତ୍ରାରେ ସାହାଯ୍ୟ କରୁଥିଲେ  ହରକିରତ ସିଂହ । ହରକିରତ ହେଉଛନ୍ତି ଜଣେ ପ୍ରମୁଖ ସଂଯୋଜକ, ଯିଏ ସରକାରୀ କରିଡରରେ ଶିଖ ଯାଠାଙ୍କ ଭଳି ତୀର୍ଥଯାତ୍ରୀଙ୍କୁ ନେଇଥାନ୍ତି ପାକିସ୍ତାନ । 

ଘଟଣା ୨୦୨୩, ବୈଶାଖୀ ଯାତ୍ରା ସମୟର । ଜ୍ୟୋତିଙ୍କୁ ଯାତ୍ରା ପାଇଁ ମିଳିନଥିଲା ଅନୁମୋଦନ । ଏହି ସମୟରେ ଏହସାନ ଓରଫ୍ ଜ୍ୟୋତିଙ୍କର ହୋଇଥିଲା ସାକ୍ଷାତ । ପରେ ୨୦୨୪ ଏପ୍ରିଲରେ ହୋଇଥିବା ୩୨୫ତମ ବୈଶାଖୀ ମହୋତ୍ସବ ପାଇଁ ଜ୍ୟୋତିଙ୍କ ଦ୍ୱିତୀୟ ଯାତ୍ରା ବଢାଇଥିଲା ଚିନ୍ତା । ସେ କେବଳ ପାକିସ୍ତାନ ଯାଇନଥିଲେ ବରଂ ୧୭ ଏପ୍ରିଲରୁ ୨୫ ମଇ ପର୍ଯ୍ୟନ୍ତ ସେଠାରେ ରହିଥିଲେ । ତଦନ୍ତକାରୀମାନେ ସଂସ୍ଥା କହିବା କଥା ଏହି ସମୟରେ କୂଟନୈତିକ ଓ ଡିଜିଟାଲ୍ ଚ୍ୟାନେଲ ଜରିଆରେ କାର୍ଯ୍ୟ କରୁଥିବା ପାକିସ୍ତାନୀ ପ୍ରଭାବ ନେଟୱାର୍କରେ ତାଙ୍କର ଥିଲା ଗଭୀର ସମ୍ପୃକ୍ତି । ଗୁଇନ୍ଦା ସୂତ୍ରୁରୁ ଜଣାପଡିଛି ଯେ YouTuber ଜ୍ୟୋତି ଏକ ଗୁପ୍ତ ପ୍ରଭାବ ଅଭିଯାନର ଥିଲେ ଅଂଶୀଦାର । ଯେଉଁଥିରେ ପାକିସ୍ତାନକୁ ଅଧିକ ଭଲ କହି କରାଯାଇଥିଲା ଚିତ୍ରଣ। ପାକିସ୍ତାନର ଆତିଥ୍ୟ, ଭିତ୍ତିଭୂମି ଓ ସଂସ୍କୃତିକୁ ପ୍ରଶଂସା କରୁଥିବା ତାଙ୍କର ଭିଡିଓକୁ ଆଧୁନିକ ମନସ୍ତତ୍ତ୍ୱିକ ଯୁଦ୍ଧ ରଣନୀତିର ଉପାଦାନ ବୋଲି ସ୍ପଷ୍ଟ ବାରି ହେଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.