ସଲମାନଙ୍କ ‘ସିକନ୍ଦର’ରେ କାଜଲଙ୍କ ଏଣ୍ଟ୍ରି, ପୋଷ୍ଟ ସେୟାର କରି ଦେଲେ ସୂଚନା

Published By : Prameya-News7 Bureau | September 15, 2024 IST

ମୁମ୍ଵାଇ ୧୫।୦୯; ସଲମାନ ଖାନ୍‌ ଷ୍ଟାରର୍‌ ‘ସିକନ୍ଦର’ ଷ୍ଟାର୍‌ କାଷ୍ଟ୍‌ରେ ଏଣ୍ଟ୍ରି କରିଛନ୍ତି ଅଭିନେତ୍ରୀ  କାଜଲ ଅଗ୍ରୱାଲ । ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ୍‌ ଶେୟାର କରି କାଜଲ  ଏହି ଘୋଷଣା କରିଛନ୍ତି । ଏଆର୍‌ ମୁରୁଗଡୋସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ  ରଶ୍ମିକା ମନ୍ଦନାଙ୍କୁ ମୁଖ୍ୟ ନାୟିକା ଭାବେ କାଷ୍ଟ୍‌ କରାଯାଇଛି । ‘ସିକନ୍ଦର’  ସୁଟିଂର ପ୍ରଥମ ଦିନର ଏକ ଫଟୋ କାଜଲ ଇନ୍‌ଷ୍ଟାରେ ଶେୟାର  କରିଛନ୍ତି । ଏଥିରେ ସୂର୍ଯ୍ୟମୁଖୀ ଫୁଲତୋଡ଼ା ପାଖରେ ସେ  ନିଜର ଭିଆଇପି ପରିଚୟ ପତ୍ର ଧରିଥିବା ଦେଖିବାକୁ  ମିଳିଛି । 

ସେ ନିଜ ପୋଷ୍ଟ୍‌ରେ ନାଦିଆଦୱାଲା ଗ୍ରାଣ୍ଡ୍‌ସନ୍‌  ଏଣ୍ଟରଟେନ୍‌ମେଣ୍ଟ, ରଶ୍ମିକା ମନ୍ଦନାଙ୍କୁ ଟ୍ୟାଗ୍‌ କରିଛନ୍ତି  ଏବଂ ହାସ୍‌ଟ୍ୟାଗ୍‌ ‘ସିକନ୍ଦର ଡେ-୧’ ଲେଖିଛନ୍ତି । ଏକ ମନୋରଞ୍ଜନଧର୍ମୀ ଗଣମାଧ୍ୟମର ରିପୋର୍ଟ  ଅନୁସାରେ, କାଜଲଙ୍କ ଭୂମିକା ବିଷୟରେ କୌଣସି  ସୂଚନା ଏ ଯାଏ ସାର୍ବଜନୀନ କରାଯାଇନାହିଁ । ଗତ  ଜୁନ୍‌ରେ ୩୩ ହଜାର ଫୁଟ ଉଚ୍ଚରେ ଏକ  ଦମ୍‌ଦାର ଆକ୍ସନ୍‌ ସିକ୍ୱେନ୍ସ ସହିତ  ‘ସିକନ୍ଦର’ର ସୁଟିଂ ଆରମ୍ଭ  ହୋଇଥିଲା । ବିମାନ ଭିତରେ  ସଲମାନ ଥିଲେ । ଫିଲ୍ମ ଟିମ୍‌ ଏବେ ୪୫ ଦିନିଆ ସୁଟିଂରେ  ବ୍ୟସ୍ତ ଅଛନ୍ତି । ତା’ପରେ  ସେମାନେ ହାଇଦ୍ରାବାଦର ଏକ  ପ୍ରାସାଦକୁ ସୁଟିଂ ପାଇଁ ଯିବେ । ଚଳିତ ବର୍ଷ ଇଦ  ଅବସରରେ ‘ସିକନ୍ଦର’  ମୁକ୍ତିଲାଭ ଖବର ଘୋଷଣା   ହେବା ପରଠୁ ଫିଲ୍ମକୁ  ନେଇ ଚର୍ଚ୍ଚା ଲାଗି ରହିଛି ।  ଦେଢ଼ ବର୍ଷର ବ୍ରେକ୍‌ ପରେ  ସଲମାନ ଥିଏଟରକୁ   ଫେରିଥିବାରୁ ଫ୍ୟାନ୍‌ଙ୍କ  ଉତ୍ସାହ ବଢ଼ିଯାଇଛି ।  ଏଆର ମୁରୁଗଡୋସ୍‌ଙ୍କ  ‘ଗଜନି’ ଓ ‘ହଲିଡେ:  ଏ ସୋଲଜର ଇଜ୍‌  ନେଭର ଅଫ୍‌ ଡ୍ୟୁଟି’ ଭଳି  ଫିଲ୍ମ ଇଣ୍ଡଷ୍ଟ୍ରିରେ ସର୍ବଦା  ଚର୍ଚ୍ଚାର ବିଷୟ ହୋଇଛି ।  ସେହି ଦୃଷ୍ଟିରୁ ‘ସିକନ୍ଦର’  ଦର୍ଶକଙ୍କ ପାଇଁ ବଡ଼   ସର୍‌ପ୍ରାଇଜ୍‌ ପ୍ୟାକେଜ୍‌ ହେବ  ବୋଲି ଆଶା ରହିଛି

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.